ନିୟମ କୋହଳ ହେଲେ ବି ଭୁଲନ୍ତୁ ନାହିଁ ଦାୟିତ୍ବ, ନହେଲେ ପୁଣି ବଢିବ ସଂକ୍ରମଣ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସାମଗ୍ରିକ ଭାବେ କମିଛି ସଂକ୍ରମଣ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଗତ ଦିନ ଓ ବର୍ତ୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି । କେସ୍ ଲୋଡ଼, ଟେଷ୍ଟ ପଜେଟିଭିଟି ରେଟ୍, ଲୋକଙ୍କ କୋଭିଡ୍ ଗାଇଡ଼୍ ଲାଇନ୍ ଅନୁପାଳନକୁ ଦେଖିକି ଅନଲକ୍ ସମ୍ବନ୍ଧରେ ସରକାର ନିଷ୍ପତ୍ତି ନେବେ । ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ବ ଭୁଲନ୍ତୁ ନାହିଁ । ନହେଲେ ପୁଣି ଥରେ ସଂକ୍ରମଣ ବଢ଼ିବ ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢ଼ିଛି । ମାତ୍ର ତାହା ଭୟାବହତା ନୁହେଁ । ସୋମବାର ସୁଦ୍ଧା ଭୁବନେଶ୍ବରରେ ୫୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ଥିତି ବିଶେଷ ଚିନ୍ତାଜନକ ନୁହେଁ ।