ଆଗକୁ ତୃତୀୟ ଲହର ଆଶଙ୍କା : ଓଡିଶା ସରକାର ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର, (ଓଡିଶା ଟାଇମ୍): ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ଡିଏମଇଟି କହିଛନ୍ତି ଯେ,  ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର । ତା ଅର୍ଥ ଓଡ଼ିଶାକୁ ଆସିବନି ବୋଲି କୁହାଯାଇପାରିବନି । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ଟୀକାକରଣକୁ ଜୋରଦାର କରାଯାଇଛି । ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ DMET କହିଛନ୍ତି ଯେ, କୌଣସି ଜିନିଷ ନିର୍ଦିଷ୍ଟ ନୁହେଁ । ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମଣ ଏମିତି କମ୍ ବେଶି ହୋଇଥାଏ । ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି । ଡେଲ୍ଟା ଭାରିଏଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି । ସାଧାରଣତଃ ଶିଶୁମାନେ ପ୍ରାୟତଃ କମ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ।

Leave a Reply

Your email address will not be published. Required fields are marked *