୧୮ରୁ ଉର୍ଦ୍ଧ୍ବ ବୟସର ପ୍ରାୟ ସମସ୍ତଙ୍କୁ କରାଯାଇଛି ଟିକାକରଣ
ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦ୍ର ଜାରି କରିଥିବା ଡବଲ୍ ଡୋଜ୍ ଟିକା ଗାଇଡ଼ଲାଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଡବଲ୍ ଡୋଜ୍ ଟିକା ଆବଶ୍ୟକ । ଏହାକୁ ପାଳନ କରିବା ଉଚିତ୍ । ଡେଥ୍ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ। ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ। କାହିଁକି ନା ପ୍ରାୟ ସମସ୍ତ ୧୮ରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି । ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକା ହେବେ। ତୃତୀୟ ଲହର ଏବେ ବି ଆକଳନସ୍ତରରେ ଅଛି। କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।