ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା ।

ଦୀପାବଳିକୁ ହସଉଲ୍ଲାସର ସହ ପାଳନ କରିବାର ଦିନ।  ଆତସବାଜୀ ଓ ଆଲୋକମାଳାରେ ସଜାଇ ଏହାକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠାମିଠାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ ଦୀପାବଳିକୁ ଆନନ୍ଦର ପାଳନ କରିବାର ପରମ୍ପରା ରହିଛି।

ସାରା ଦେଶ ତଥା ବିଦେଶରେ ମଧ୍ୟ ଦୀପାବଳି ଉତ୍ସବ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ଆମ ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସରକାର । ଏଥିଯୋଗୁଁ ଉତ୍ସବ ପାଳନ ମଧ୍ୟ ପ୍ରଭାବିତ ହୋଇଛି । ତେବେ ବଜାରରେ ଦୀପ, ଧୂପ, ମହମବତୀ ସହ ଇଲେକ୍ଟ୍ରିକ୍ ଆଲୋକମାଳା କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି।

Leave a Reply

Your email address will not be published. Required fields are marked *