୭୦% ସିଲାବସ୍ ମଧ୍ୟରେ ହେବ ମାଟ୍ରିକ ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍): ଅଫଲାଇନ୍ ରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍ରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ୍ ନିୟମ ଅନୁସାରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯିବ। ୧୫ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ସେପଟେ ଜୁଲାଇ ୩୦ରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । କୋଭିଡ୍ ନିୟମ ଅନୁଯାୟୀ କରାଯିବ ପରୀକ୍ଷା । ବୋର୍ଡ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେଚାହିଁଲେ ପରୀକ୍ଷା ଦେଇପାରିବେ ।
ତେବେ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ଜୁଲାଇ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।