ଚାକିରିରୁ ବହିଷ୍କୃତ ହେଲେ ପୂର୍ବତନ ବିରମିତ୍ରପୁର ଆଇଆଇସି

ଭୁବନେଶ୍ବର, (ଓଡିଶା ଟାଇମ୍) : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ଯ୍ୟରୁ ବହିଷୃତ କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ । ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଟ୍ବିଟରେ ପୁଲିସ ମହାନିର୍ଦେଶକ ଲେଖିଛନ୍ତି ଜଣେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗକୁ ଲଜ୍ଜିତ ଓ ନିନ୍ଦିତ କରିଛି । ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି ଡିଜିପି କହିଛନ୍ତି।

ସୂଚନାଅନୁସାରେ, ନାବାଳିକାକୁ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ ଗର୍ଭପାତ କରାଇଥିଲା। ଏନେଇ ବୀରମିତ୍ରପୁର ଥାନାର ବଡବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ କରିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଜଣେ ନାବାଳିକାର ବୟାନକୁ ଆଧାର କରି ୬ ଜଣଙ୍କ ନାଁରେ ଦିଆଯାଇଥିବା ଏଫଆଇଆର ଦିଆଯାଇଥିଲା। ବିଶ୍ରାରେ ଥିବା ଏକ ସେଲ୍ଟର ହୋମ୍ ଦିଶାରେ ପୀଡିତାଙ୍କୁ ରଖିଥିଲା ପୋଲିସ୍।

ତେବେ ଖୋଦ୍ ଜିଲ୍ଲାପାଳ ଦିଶାକୁ ବୁଲି ଯିବା ବେଳେ ନାବାଳିକାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ତାକୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାପରେ ପୁରା ମାମଲାରୁ ପରଦା ଉଠିଥିଲା। ନାବାଳିକା ଜଣକ ଥାନା ବଡବାବୁଙ୍କ ସହ ୨ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ଡିଜିପି ଅଭୟ ଟ୍ୱିଟ୍ କରି ଜଣାଇଛନ୍ତି।

Leave a Reply

Your email address will not be published.