ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ଏନେଇ ନେଇ ଖବର ସରବରାହ ସଂସ୍ଥା ଚଞଓ ଖବର ପ୍ରକାଶ କରିଛି । ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଛନ୍ତି ତୁହିନିକାନ୍ତ ପାଣ୍ଡେ । ତୁହିନକାନ୍ତଙ୍କ ପାଖରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ସାମାନ୍ୟ ଜ୍ୱର ଲକ୍ଷଣ ଦେଖାଯିବା ପରେ ସେ ନିଜେ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲେ। ଏଥିରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ତୁହିନ୍‌ ବର୍ତ୍ତମାନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ଏବେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଅଛନ୍ତି ତୁହିନକାନ୍ତ ପାଣ୍ଡେ। ପୂର୍ବରୁ ସେ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଓଇଝ ତୁହିନକାନ୍ତ ପୂର୍ବରୁ ରାଜ୍ୟ ଅର୍ଥ ସଚିବ, ଆବାସିକ କମିଶନର ଦାୟିତ୍ୱରେ ଥିଲେ ।

ତୁହିନ୍‌ଙ୍କଠାରେ କରୋନା କଚିହ୍ନଟ ହେବା ପରେ ସିଜିଓ କମ୍ପେକ୍ସରେ ବିଭାଗର ଥିବା ଅଫିସ୍‌କୁ ସାନିଟାଇଜେସନ୍‌ ପାଇଁ ସିଲ୍ କରାଯାଇଛି । ଏହାକୁ ମିଶାଇ ଉକ୍ତ ଡିପାର୍ଟମେଣ୍ଟରେ ୩ ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲାଣି ।

Leave a Reply

Your email address will not be published.