ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଲିସ ମହାନିର୍ଦେଶକ ଅଭୟ
ମାଲକାନଗିରି, (ଓଡିଶା ଟାଇମ୍) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ । ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି । ଡିଜି BSF କ୍ୟାମ୍ପରେ ପହଂଚି ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ ।
ଅଭୟ ସଫଳତାର ଶ୍ରେୟ ଯବାନମାନଙ୍କୁ ଦେଇଥିଲେ । ଏଥି ସହିତ ଆଗାମୀ ଦିନରେ କିପରି ମାଓ ଦମନ ଅଭିଯାନକୁ ଆହୁରି ଜୋରଦାର କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି । ଗତକାଲି ସ୍ୱାଭିମାନ ଅଂଚଳର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଗାଜୁଲମାମୁଡ଼ି ପଂଚାୟତର ସୁନାରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହଁମୁହି ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।