ମିସ୍ ଇଣ୍ଡିଆ ଅପେରା କୁଇନ ଫାଇନାଲରେ ସମ୍ବଲପୁର ଝିଅ ଦୀପନୀତା ପତି

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଝିଅ ଦୀପନୀତା ପତି ମିସ୍ ଇଣ୍ଡିଆ ଅପେରା କୁଇନ ପ୍ରତିଯୋଗିତାରେ ଶ୍ରେଷ୍ଟ ଦଶ ଜଣ ପ୍ରତିଯୋଗୀତାଙ୍କ ମଧ୍ୟରେ ନିଜର ଆସ୍ଥାନ ଜମାଇ ଏହି ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଜୋରସୋର ପ୍ରସ୍ଥୁତ ଚଳାଇଛନ୍ତି l ଆସନ୍ତା ନଭେମ୍ବର ପହିଲାରେ ଚୂଡାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ l

ଗଙ୍ଗାଧର ମେହେର୍ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ସ୍ନାତକ ଛାତ୍ରୀ ଦୀପନୀତା ପତି ଜଣେ ମେଧାବୀ ଛାତ୍ରୀ ସହ ଓଡ଼ିଆ ଓ ଇଂରାଜୀ ବକ୍ତୃତାର ଧୀରତ ଅଟନ୍ତି l ଆନ୍ତର୍ଜାତିକ ଅପେରା ଫେସନ ସୋ’ ପକ୍ଷ୍ୟରୁ ଆହ୍ଵାନ ପାଇବା ପରେ ଦୀପନୀତା ଅନଲାଇନ ରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଦୁଇଟି ରାଉଣ୍ଡରେ ମିସ୍ ଇଣ୍ଡିଆ ଅପେରା କୁଇନ ପ୍ରତିଯୋଗିତାରେ ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତାରେ ମେଣ୍ଟର ଅଷ୍ଟ୍ରେଲିଆର ଅନୁଜ କୁଲେ ଶ୍ରେଷ୍ଠ ରହିଛନ୍ତି l

ସାରା ଭାରତରୁ ବିଭିନ୍ନ ବର୍ଗର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପ୍ରଶ୍ନୋତ୍ତର, ପ୍ରତିଭା ପ୍ରଦର୍ଶନ ଓ ରାମ୍ପ ରାଉଣ୍ଡରେ ଦୀପନୀତା ଉତ୍ତିର୍ଣ୍ଣ ହୋଇ ଶ୍ରେଷ୍ଠ ଦଶ ପ୍ରତିଯୋଗୀ ମଧ୍ୟରେ ନିଜକୁ ରଖି ପାରିଥିଲେ l ଏଥିରେ ଫିଟନେସ, ରାମ୍ପ ଓ ଶାରିରୀକ ଭାଷା ନେଇ ପ୍ରତିଯୋଗିତାଙ୍କୁ ଟିପସ ପ୍ରଦାନ କରାଯାଇଥିଲା l ଦୀପନୀତା ସ୍ଥାନୀୟ ଗୋପାଲ ମଲ୍ ବାସୀନ୍ଦା ବ୍ୟାଙ୍କ୍ ଅଧିକାରୀ ପ୍ରଦୀପ କୁମାର ପତି ଓ ସୁନିତା ପତିଙ୍କ ଝିଅ ଅଟନ୍ତି l

Leave a Reply

Your email address will not be published.