ରିଲିଜ ହେଲା ‘ତାରେ ଗିନ’ ଗୀତ; ଦର୍ଶକଙ୍କୁ ପସନ୍ଦ ଆସୁଛି ସୁଶାନ୍ତ-ସଞ୍ଜନାଙ୍କ କେମେଷ୍ଟ୍ରି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ଆଉ ଏକ ଗୀତ ‘ତାରେ ଗିନ’ ରିଲିଜ ହୋଇଯାଇଛି।
ଯେଉଁଥିରେ ସୁଶାନ୍ତଙ୍କ ସହ ସଞ୍ଜନା ସାଘିଂଙ୍କ ଭରପୂର ଲଭ୍ ରୋମାନ୍ସ ଦେଖିବାକୁ ମିଳୁଛି । ଦୁହିଁଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି । ଗୀତକୁ ଏଆର ରେହମାନ କମ୍ପୋଜ କରିଥିବା ବେଳେ ମୋହିତ ଚୌହାନ ଓ ଶ୍ରେୟା ଘୋଷାଳ ଗାଇଛନ୍ତି । ତାରେ ଗୀନର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ।
ନିକଟରେ ‘ଦିଲ ବେଚାରା’ ଚଳଚ୍ଚିତ୍ରର ପ୍ରଥମ ଗୀତ ତଥା ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଥିବା ବେଳେ ଆଜି ଦ୍ୱିତୀୟ ଗୀତ ରିଲିଜ ହୋଇଛି । ‘ଦିଲ୍ ବିଚାରା’ ଗୀତକୁ ଫରାହ ଖାନ୍ କୋରିଓଗ୍ରାଫ୍ କରିଥିଲେ । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିପାରିଥିଲା ।
ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।
ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ ।
ଏହାର ନିର୍ଦ୍ଦେଶନା ଦାୟିତ୍ୱ ମୁକେଶ ଛାବଡା ତୁଲାଇଛନ୍ତି । ଦିଲ ବେଚାରା ପିଲ୍ମ ଜରିଆରେ ମୁକେଶ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।