ଅବସର ନେଲେ ଧୋନୀ, ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କଲେ ବାଏ ବାଏ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ତଥା ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ କୁହାଯାଉଥିବା ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ଏହାପରେ ଗତ କିଛି ମାସ ଧରି ତାଙ୍କର କ୍ରିକେଟ୍ କ୍ୟାରିଅରକୁ ନେଇ ବେଶ୍ ଚର୍ଚା ଚାଲିଥିଲା । ମାତ୍ର ଅଚାନକ ଆଜି ସେ ଅବସର ନେଇଥିବା ଖବର ମିଳିଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏ ସଂପର୍କରେ ସୂଚନା ଦେଇଛନ୍ତି ।

୨୦୧୪ରେ ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳରୁ ଅବସର ନେଇଥିଲେ । ମାତ୍ର ଟି-୨୦ ଓ ଦିନିକିଆ ଦଳର ନିୟମିତ ସଦସ୍ୟ ଥିଲେ । ୨୦୧୯ ବିଶ୍ଵକପରେ ଭାରତୀୟ ଦଳର ପରାଜୟ ପରେ ସେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ । ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ସାମିଲ ନ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଭାରତୀୟ ସେନାରେ କିଛି ସମୟ କାମ କରିବାକୁ ସେ ଚାଲି ଯାଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ବି ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *