ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବିଭିନ୍ନ ଉପକୂଳ ଜିଲ୍ଲାଗୁଡିକରେ ବାତ୍ୟା ‘ୟାସ୍’ ବ୍ୟାପକ କ୍ଷୟକ୍ଷତି କରିଛି । ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟାଞ୍ଚଳ ପରିଦର୍ଶନ କରି ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିସାରିଛନ୍ତି । ରବିବାର ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପ, କେନ୍ଦ୍ରାପଡାର ଆଳି ଓ ରାଜନଗର ଅଞ୍ଚଳ ବୁଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ‘ୟାସ୍’ ପରବର୍ତ୍ତି ସ୍ଥିତି ସମୀକ୍ଷା କରିଛନ୍ତି ।

ସେପଟେ ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳ ବି ବୁଲି ସମୀକ୍ଷା କରିଛନ୍ତି । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ସଁପାଟିଆ, ବଳଭଦ୍ର ପ୍ରସାଦ ଓ ଝାଡକାଟି ଗାଁଲୋକଙ୍କ ସହ ବାତ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ବିଟ୍ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ‘ଆଜି ଆକାଶମାର୍ଗରୁ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ଯଥା ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲା ଗୁଡିକର ସ୍ଥିତି ଅନୁଧ୍ୟାନ କଲି । ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନବସତି ଏବଂ ଚାଷ ଜମି ଏବେ ବି ଜଳମଗ୍ନ ହୋଇ ରହିଛି ।

Leave a Reply

Your email address will not be published. Required fields are marked *