ପୁଣି ଉଚ୍ଛେଦ ହେବ ବେଆଇନ କ୍ରସର ୨୭୫ ବନାମ ୧୫ ଦିନ

ଧର୍ମଶାଳା, (ଓଡିଶା ଟାଇମ ) : ଆଉ କେତେ ଥର ଚାଲିବ ଏ ସଂପୂର୍ଣ୍ଣ ଉଚ୍ଛେଦ ? ଧର୍ମଶାଳା ତହସିଲ୍ ଅଞ୍ଚଳରେ ବ୍ୟାପକ ଭାବେ ହେଉଥିବା ବେଆଇନ୍ କଳାପଥର ଖନନ ଓ ଚୋରା ଚାଲାଣ ଉପରେ ଲଗାମ୍ ଦେବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଣ୍ଟା ଭିଡ଼ିଛନ୍ତି ! ପ୍ରଥମ ପଦକ୍ଷେପ ସ୍ବରୂପ ପରିବେଶ ଆଇନକୁ ଉଲଂଘନ କରି ଓ ଚୋରା କଳାପଥର ପେଡ଼ି ବେଆଇନ୍ ଭାବେ ଏହି ତହସିଲ୍ ଅଞ୍ଚଳରେ ଚାଲୁଥିବା ୨୭୫ଗୋଟି ପଥର ଭଙ୍ଗା କ୍ରସରକୁ ୧୫ଦିନ ମଧ୍ୟରେ ବନ୍ଦ କରିବା ପାଇଁ ଆଜି କଡ଼ା ଆଦେଶ ଦେଇଛନ୍ତି !

ତଥ୍ଯ ସଂଗ୍ରହ ଚାଲିଛି କେବଳ ଧର୍ମଶାଳା ନୁହଁ ବାକି ଅଞ୍ଚଳରେ ମଧ୍ୟ ବେଆଇନ୍ ଭାବେ ଚାଲୁଥିବା କ୍ରସର୍ ଗୁଡିକୁ ବନ୍ଦ କରାଯିବ ! ଯଦି ଶ୍ରୀ ରାଠୋର ମାତ୍ର ଦୁଇ ମାସ ହେବ ଜିଲ୍ଲାପାଳ ଭାବେ ଯୋଗ ଦେବା ଭିତରେ ତାଙ୍କୁ ଏଭଳି ବେଆଇନ୍ କାର୍ଯ୍ୟ ବ୍ୟଥିତ କରିବା ପରେ ସେ ଆଜି ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇ ପାରିଲେ ତେବେ ଜିଲ୍ଲାରେ ବର୍ଷ ବର୍ଷ ଧରି ରାଜୁତି କରି ନୁଖୁରା ମୁହଁ ଫୁଟାଣି ମାରି ବିଦା ହୋଇଥିବା ଅଧିକାରୀମାନେ ଏଭଳି ବେଆଇନ୍ କାର୍ଯ୍ୟକୁ ପ୍ରତିହତ ନ କରି ଚାଲୁ ରଖିବାକୁ କାହିଁକି ଓ କାହା ସ୍ବାର୍ଥରେ ନିରବତା ଅବଲମ୍ବନ କରି ଆସିଥିଲେ ଏବଂ ସରକାରଙ୍କ ରାଜସ୍ବ ହାନି ଘଟାଉ ଥିଲେ ?

Leave a Reply

Your email address will not be published. Required fields are marked *