ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା

ଯାଜପୁର , (ଓଡିଶା ଟାଇମ୍) :ଯାଜପୁରରେ ପୋଲିସ ଡିଜି ଅଭୟ । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଁଚି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି ଡିଜିପି । କରୋନା ସମୟରେ ଚାଲିଥିବା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି ।

କରୋନା ସମୟରେ ପୋଲିସର କର୍ତ୍ତବ୍ୟ ସମ୍ପର୍କରେ ନାନା ପରାମର୍ଶ ଦେଇଥିଲେ । ଏହାସହ କୋଭିଡ୍ ପରିଚାଳନାରେ ଯାଜପୁର ପୋଲିସର କାର୍ଯ୍ୟକଳାପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଡିଜିପି । ଡିଜିପିଙ୍କ ଗସ୍ତ କାଳରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଥାନା ଅଧିକାରୀମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published.