୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ସରକାର । ଆଜି ଚିହ୍ନଟ ହୋଇଥିବା ୭୯ ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ବଲାଙ୍ଗୀରରୁ ୧୪, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏ, ଯାଜପୁରରୁ ୨, କେନ୍ଦୁଝରରେ ୮, କନ୍ଧମାଳରେ ୭, ଗଞ୍ଜାମରେ ୫, କେନ୍ଦ୍ରାପଡାରୁ ୬, ନୟାଗଡ ଓ ଢେଙ୍କାନାଳରୁ ୩ ଜଣ ଲେଖାଏ, ବାଲେଶ୍ୱର, ଅନୁଗୁଳ, ଝାରସୁଗୁଡା, ସୋନପୁରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ, ୩ ଜଣ ପଶ୍ଚିମବଙ୍ଗରୁ, ୩ ଜଣ ଆନ୍ଧ୍ରପ୍ରଦେଶରୁ, ଜଣେ ତାମିଲନାଡୁରୁ ଏବଂ ୩ ଜଣ ଦୁବାଇରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୬ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ତାମିଲନାଡୁରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଏବଂ ୨ ଜଣ ତେଲେଙ୍ଗାନାରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ପୁରୀ ଜିଲ୍ଲାରୁ ଆଜି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡ଼ୁରୁ ୩ଜଣ ଫେରିଥିବା ବେଳେ ତେଲେଙ୍ଗାନାରୁ ଜଣେ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲାର ପୁଣି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟରୁ ଫେରିନ୍ତା ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହେଇଛନ୍ତି । ସେହିଭଳି କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୮ଜଣ ସଂକ୍ରମିତଙ୍କ ମଧ୍ୟରୁ ଗୁଜରାଟରୁ ୨ଜଣ , ମହାରାଷ୍ଟ୍ରରୁ ଓ ତାମିଲନାଡ଼ୁରୁ ଜଣେ ଲୋଖାଏଁ ଆକ୍ରାନ୍ତ ଫେରିଥିବା ବେଳେ ବିହାରରୁ ୨ଜଣ ଫେରିଥିବା ବେଳେ ୨ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରୁ ଆଜି ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସୁରଟ ଏବଂ ଜଣେ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ୪ଜଣ ଆକ୍ରାନ୍ତ ଏବେ କ୍ବାରେଣ୍ଟାଇନ୍ ସେଣ୍ଟାଇନ ସେଣ୍ଟରରେ ରହିଛନ୍ତି । ସେହିଭଳି କନ୍ଧମାଳ ଜିଲ୍ଲାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାମିଲନାଡ଼ୁରୁ ୬ଜଣ ଫେରିଥିବା ବେଳେ ଜଣେ ସଂକ୍ରମିତ ସ୍ଥାନୀୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇଥିବା ସୂଚନା ଦିଆଯାଇଛି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଆଜି ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ତାମିଲନାଡ଼ୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। କେନ୍ଦ୍ରପଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ସୁରଟରୁ ଫେରିଥିବା ବେଳେ ୨ଜଣ ପଶ୍ଚିମବଙ୍ଗ ଓ ଜଣେ ତାମିଲନାଡ଼ୁରୁ ଫେରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରେ ରଖାଯାଇଛି । ନୟାଗଡ଼ ଜିଲ୍ଲାରୁ ୩ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ସୁରଟ ଫେରିଛନ୍ତି। ଆଜି କନ୍ଧମାଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସୁରଟ ଲିଙ୍କ ଥିବା ସୂଚନା ଦିଆଯାଇଛି। ସଂପୃକ୍ତ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେହିଭଳି ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ଜଣାପଡିଛି । ସେହିପରି ସେହିପରି ସୁବର୍ଣ୍ଣପୁର ଜିଲ୍ଲରୁ ପ୍ରଥମ କରି ନୂଆ କରୋନା ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣ ଗୁଜରାଟ ଲିଙ୍କ ରହିଛି। କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *