୧୦୩ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ତେବେ ସମସ୍ତ ୧୦୩ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ଦେବଗଡରୁ ଜିଲ୍ଲାର ୨୨, କେନ୍ଦ୍ରାପଡାରୁ ୧୫ଜଣ, ଜଗସିଂହପୁରରୁ ୧୦ଜଣ, ମାଲକାନ।ଗିରିରୁ ୯ଜଣ, ବଲାଙ୍ଗୀରରୁ ୮ଜଣ, ଭଦ୍ରକରୁ ୮ଜଣ, ଗଜପତିରୁ ୬ଜଣ, କୋରାପୁଟରୁ ୬ଜଣ, ବାଲେଶ୍ୱରରୁ ୫ଜଣ, ଖୋର୍ଦ୍ଧାରୁ ୫ଜଣ, ଗଞ୍ଜାମ ଜିଲ୍ଲାର ୪ଜଣ, ଯାଜପୁର ଜିଲ୍ଲାର ଜଣେ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଢେଙ୍କାନାଳରୁ ଜଣେ ଏବଂ କନ୍ଧମାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଯାହାକି ସର୍ବାଧିକ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଛି । ଦେବଗଡରୁ ଚିହ୍ନଟ ହୋଇଥିବା ୨୨ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ଏବଂ ଏନ୍ୟ ୩ଜଣ ସ୍ଥାନୀୟ । ତେବେ କ୍ୱାରେଣ୍ଟାଇନ୍‌ରେ ଥିବା ୧୯ଜଣଙ୍କ ମଧ୍ୟରୁ ୩ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୧୬ଜଣ ତାମିଲନାଡୁ ଫେରନ୍ତା । କେନ୍ଦ୍ରପଡାରୁ ଚିହ୍ନଟ ହୋଇଥିବା ୧୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫରେନ୍ତା, ୪ଜଣ ତେଲେଙ୍ଗାନା ଫରେନ୍ତା, ଜଣେ ଗୁଜୁରାଟ ଫରେନ୍ତା, ଜଣେ ତାମିଲନାଡୁ ଫେରନ୍ତା ଓ ୨ଜଣ କର୍ଣ୍ଣାଟକ ଫେରନ୍ତା । ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୧୦ଜଣେ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ତାମିଲନାଡୁ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍‌ ରହିଥିଲେ । ସେହିପରି ମାଲକାନ୍‌ଗିରିରୁ ଚିହ୍ନଟ ହୋଇଥିବା ୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୨ଜଣ ତେଲେଙ୍ଗାନା ଫେରନ୍ତା, ୨ଜଣେ ତାମିଲନାଡୁ ଫେରନ୍ତା ଏବଂ ଜଣେ ସ୍ଥାନୀୟ ବୋଲି ଜଣାପଡିଛି । ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୫ଜଣ ମହାରାଷ୍ଟ୍ର ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ଛତିଶଗଡ଼ ଫରେନ୍ତା । ସମସ୍ତ କ୍ୱାରେଣ୍ଟାଇନ୍‌ ରହିଥିଲେ । ଭଦ୍ରକରୂ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ତେଲେଙ୍ଗାନା ଫରେନ୍ତା ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି । ଗଜପତିରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ । ସମସ୍ତ ମହାରାଷ୍ଟ୍ର ଫେରନ୍ତା ଓ ଆସିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ତାମିଲନାଡୁ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ଫେରନ୍ତା । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ ଫରେନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫରେନ୍ତା । ସମସ୍ତେ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଭୁବନେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ହୋମା କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର । କନ୍ଧମାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟ ଫେରନ୍ତା । ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶ ଫରେନ୍ତା । ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଛତିଶଗଡ ଫେରନ୍ତା । କେନ୍ଦୁଝରରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । ସେ ମହାରାଷ୍ଟ୍ରରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଣ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୮୮୧ଜଣ ଚିକିତ୍ସିତ ହେଉଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published.