ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ମାଲାକନଗିରି, (ଓଡିଶା ଟାଇମ୍) :ଆଇଇଡି ବିସ୍ଫୋରଣରେ ଡେପୁଟି କମାଣ୍ଡାଣ୍ଟ ବିକାଶ ସିଂହାଲ ସହିଦ । ଶନିବାର ଛତିଶଗଡ ସୁକମା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ୨୦୮ କୋବ୍ରା ବାଟାଲିଅନର କମାଣ୍ଡାଣ୍ଟ ବିକାଶ ଗୁରୁତର ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ସୁକମାରେ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଇଡି ଖଞ୍ଜିଥିଲେ । କିଷ୍ଟାରାମ୍ ଏବଂ ପୋଳଡ଼ି ଅଞ୍ଚଳରେ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ରାଇପୁର ଡାକ୍ତରଖାନାକୁ ହେଲିକାପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.