ପୁରୀରେ ପୁଣି ଉଚ୍ଛେଦ କାମ ଆରମ୍ଭ , ଉତ୍ତର ଦ୍ୱାର ପାଶ୍ୱର୍ ଲକ୍ଷ୍ମୀବଜାର ଉଛେଦ
ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରାୟ ଅଢେଇ ମାସ ପରେ ପୁଣି ପୁରୀରେ ଆରମ୍ଭ ହୋଇଛି ଉଛେଦ କାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶ୍ରୀ ମନ୍ଦିର ସୁରକ୍ଷା ଯୋନରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ମନ୍ଦିର ଉତ୍ତର ଦ୍ୱାରପଟେ ଥିବା ଲକ୍ଷ୍ମୀବଜାରରେ ଉଛେଦ କରାଯାଉଛି । ଉଚ୍ଛେଦ କାର୍ୟ୍ୟରେ ୨ଟି ଜେସିବି ମେସିନ୍ ନିୟୋଜିତ କରାଯାଇଛି । ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍ପିଙ୍କ ଉପସ୍ଥିତିରେ ଚାଲିଛି ଏହି ଉଚ୍ଛେଦ କାମ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଲକଡାଉନ କଟକଣା ମଧ୍ୟରେ ପୁନଃ ଆରମ୍ଭ ହେଲା ସୌନ୍ଦର୍ୟ୍ୟକରଣ କାମ । ୨୦୧୯ ଅକ୍ଟୋବରରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଏତିହ୍ୟ ସହର ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।