୨୪ଘଣ୍ଟାରେ ଡେଲିଭରୀ ସହ ଡେମୋ ଦେଖାଉଛି ‘ଡେମୋ ଅନ୍‌ ଡେଲିଭରୀ’

ଭୁବନେଶ୍ବର, (ବ୍ୟୁରୋ): ଭୁବନେଶ୍ବର ଏବଂ କଟକରେ ରହୁଥିବା ଲୋକଙ୍କ ପାଇଁ ଅନ୍‌ଲାଇନ୍‌ କ୍ରୟର ଏକ ନୂଆ ଅନୁଭୂତି ଆଣିଛି ‘ଡେମୋ ଅନ୍‌ ଡେଲିଭରୀ’। ସମ୍ପୂଣ୍ଣ ଭାବେ ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ବାରା ତିଆରି ଏହି ଷ୍ଟାର୍ଟଅପ୍‌ ଦ୍ବାରା ଲୋକଙ୍କୁ କୌଣସି ଜିନିଷ କିଣିଲେ ସପ୍ତାହ ବ୍ୟାପୀ ଅପେକ୍ଷା କରିବାକୁ ପଡ଼ୁ ନାହିଁ। ବରଂ ସଂସ୍ଥାର ନିଜସ୍ବ ଡେଲିଭରୀ ଏଜେଣ୍ଟ ଗ୍ରାହକଙ୍କ ଦ୍ବାରା ବୁକିଂ କରାଯାଇଥିବା ଜିନିଷକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରିବା ସହ ସମ୍ପୃକ୍ତ ଜିନିଷ କିପରି ବ୍ୟହାର କରାଯିବ ତାହା ଦର୍ଶାଉଛନ୍ତି। ଅର୍ଥାତ୍‌ ଅନ୍‌ଲାଇନ୍‌ କ୍ରୟରେ ଯେ ନିଜେ ମାଗିଥିବା ଜିନିଷ ବଦଳରେ ଆଉ କିଛି ଅନାଗ୍ରହ ଜିନିଷ ପହଞ୍ଚିବ ସେ ଆଶଙ୍କା ଆଉ ରହୁ ନାହିଁ।

ମାତ୍ର କିଛି ମାସ ମଧ୍ୟରେ ଏବେ ଆମେ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିପାରିଛୁ। ଆମ ପାଖରେ ଲୋକଙ୍କ ଚାହିଦା ଦିନକୁ ଦିନ ବଢ଼ୁଛି। ସେଥିଲାଗି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ସହ ଆମେ ଏବେ ୱେଲନେସ୍‌ ସାମଗ୍ରୀର ସମ୍ଭାର ଖଞ୍ଜିଛୁ ବୋଲି କହିଛନ୍ତି ‘ଡେମୋ ଅନ୍‌ ଡେଲିଭରୀ’ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ପଟ୍ଟନାୟକ। ଜଣେ ଯୁବ ଉଦ୍ୟୋଗୀ ଭାବେ ସୁଶାନ୍ତ ଓଡ଼ିଶାର ଗ୍ରାହକଙ୍କୁ ଏକ ନୂଆ ଅନୁଭୂତି ଦେବାକୁ ଚେଷ୍ଟା କରିଛନ୍ତି। ଓଡ଼ିଶାର ଦୁଇ ମହାନଗରୀରେ ୨୪ ଘଣ୍ଟା ଏବଂ ଅନ୍ୟ ସରଗଡ଼ିକରେ ସର୍ବାଧିକ ୪୮ ଘଣ୍ଟା ଭିତରେ ଉତ୍ପାଦ ପହଞ୍ଚାଇବା ଲାଗି ଆମ ଟିମ୍‌ କାର୍ଯ୍ୟ କରୁଛି। ନହେଲେ ଆମେ ଗ୍ରାହକଙ୍କୁ ସମ୍ମାନର ସହ ତାଙ୍କ ପଇଦା ଫେରାଇବା ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି।

କୋଭିଡ୍‌-୧୯ ମହାମାରୀ ସମୟରେ ଓଡ଼ିଶାର ଏହି ଷ୍ଟାର୍ଟଅପ୍‌ ଉଦ୍ୟୋଗକୁ ବେଶ୍‌ ପ୍ରଶଂସା ମିଳିଛି। ଲୋକେ ସାନିଟାଇଜର ଏବଂ କୋଭିଡ୍‌ ପ୍ରତିରୋଧକ ସାନିଟାଇଜିଂ ମସିନ୍‌ ଏବଂ ଅନ୍ୟ ୱେଲ୍‌ନେସ୍‌ ସାମଗ୍ରୀ ଅଧିକ କିଣିବାଲାଗି ଆଗ୍ରହ ପ୍ରକାଶ କରୁଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *