ଟ୍ରେନରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ଟିଟିଲାଗଡ଼, (ଓଡିଶା ଟାଇମ୍) :କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ସୂଚନା ଅନୁଯାୟୀ, ତାମିଲନାଡୁ ରାଜ୍ୟର କିଝିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ଟ୍ରେନରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ୍‌କୁ ଟିଟିଲାଗଡ଼ ରେଳଷ୍ଟେସନରେ କିଛି ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା । ଷ୍ଟେସନ ମ୍ୟାନେଜର ଖବର ପାଇବା ପରେ ଟିଟିଲାଗଡ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଷ୍ଟେସନରେ ପହଞ୍ଚି ମହିଳା ଓ ନବ ଜନ୍ମିତ ଶିଶୁଟିକୁ ଟିଟିଲାଗଡ ହସ୍ପିଟାଲକୁ ନେଇଥିଲେ । ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଏସଡିଏମଓ କହିଛନ୍ତି ।

Leave a Reply

Your email address will not be published. Required fields are marked *