ଦିଲ୍ଲୀରେ ୬ ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ, ଗୋଟିଏ ସପ୍ତାହରେ ୨୫୬୯ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ପରେ ଏବେ ଡେଙ୍ଗୁ ରାଜଧାନୀ ଦିଲ୍ଲୀକୁ ଅସ୍ତବ୍ୟସ୍ତ କରିପକାଇଛି। ଡେଙ୍ଗୁ ସହ ମ୍ୟାଲେରିଆ ବି ବ୍ୟାପୁଛି। ରାଜ୍ୟରେ ଗୋଟିଏ ସପ୍ତାହରେ ୨୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ମଶା ଜନିତ ରୋଗୀ ସଂଖ୍ୟା ୫୨୭୦ରେ ପହଞ୍ଚିଛି। ଏହା ସହ ଦିଲ୍ଲୀରେ ୬ ବର୍ଷର ରେକର୍ଡ ଭାଙ୍ଗିଛି ଡେଙ୍ଗୁ। ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସଡିଏମସି) ପକ୍ଷରୁ ସୋମବାର ଜାରି ସାପ୍ତାହିକ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଏବେ ସୁଦ୍ଧା ଡେଙ୍ଗୁ ମାମଲା ବୃଦ୍ଧି ପାଇ ୫,୨୭୭ ହୋଇଛି। ଯାହାକି ୨୦୧୫ ପରଠୁ ବସୁଠୁ ଅଧିକ।

ଗତ ଗୋଟିଏ ସପ୍ତାହରେ ୨୫୬୯ ନୂଆ ମାମଲା ମିଳିଛି। ସେହିଭଳି ଡେଙ୍ଗୁ ଯୋଗୁଁ ୯ ଜଣଙ୍କ ଜୀବନ ଯାଇଛି । ନଗର  ନିଗମର ରିପୋର୍ଟ ମୁତାବିକ, ଚଳିତ ସିଜନ୍‌ରେ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ୫,୨୭୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ କିଛି ବର୍ଷର ଡେଙ୍ଗୁ ରିପୋର୍ଟ ଦେଖିଲେ ଜଣାପଡ଼ିଛି, ୬ ବର୍ଷ ପରେ ଦିଲ୍ଲୀରେ ଚଳିତ ସିଜ୍‌ନରେ ଅଧିକ ଡେଙ୍ଗୁ ମାମଲା ମିଳିଛି।

୨୦୧୬ରେ ୪୪୩୧ ମାମଲା ମଳିଥିବା ବେଳେ ୨୦୧୭ରେ ୪୭୨୬, ୨୦୧୮ରେ ୨୭୯୮, ୨୦୧୯ରେ ୨୦୩୬ ମାମଲା ଏବଂ ୨୦୨୦ରେ ୧୦୭୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଦିଲ୍ଲୀରେ ମୌସୁମୀ ଆସିବା ପରଠୁ ଡେଙ୍ଗୁର ପ୍ରକୋପ ଆରମ୍ଭ ହୋଇଛି। ବିଶେଷ କରି ଶୀତ ଦିନ ଆସିଲେ ଡେଙ୍ଗୁ ମାମଲାରେ ହ୍ରାସ ହେଉଥିଲା କିନ୍ତୁ ଏଥର ତାର ବିପରୀତ ଦେଖିବାକୁ ମିଳିଛି । ଦିନକୁ ଦିନ ଡେଙ୍ଗୁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *