ସପ୍ତାହକ ପାଇଁ ଦିଲ୍ଲୀ ସୀମାକୁ ସିଲ୍‌ କଲେ କେଜ୍ରିୱାଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ସପ୍ତାହେ ପାଇଁ ଦିଲ୍ଲୀ ସୀମାନ୍ତ ସିଲ୍ କରାଯାଇଛି ଏବଂ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ପାସ୍‌ଧାରୀମାନଙ୍କୁ ଜାତୀୟ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ମିଳିବ। ରାଜ୍ୟବାସୀଙ୍କଠାରୁ ପରାମର୍ଶ ନେବାପରେ ଆମେ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀର ସୀମାକୁ ଖୋଲିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ତେବେ ଏହି ସମୟ ମଧ୍ୟରେ ଦିଲ୍ଲୀରେ ସେଲୁନ୍ ଖୋଲାରହିବ କିନ୍ତୁ ସ୍ପାଗୁଡିକ ବନ୍ଦ ରହିବ । ପ୍ରଥମରୁ ଯାହା ଖୋଲା ରହିଛି ତାହା ଖୋଲା ରହିବ । କର୍ଫ୍ୟୁ ସମୟରେ ସମସ୍ତେ ଘରେ ରାତି ୯ ରୁ ୫ ପର୍ୟ୍ୟନ୍ତ ରହିବେ । ଦୁଇ ଚକିଆ ଯାନରେ ପଛରେ ଜଣେ ବସି ପାରିବେ । ରାଜ୍ୟରେ କିନ୍ତୁ, ପାନ ଦୋକାନ ବନ୍ଦର ରହିବ । ବଜାରରେ ଦୋକାନ ଖୋଲିବା ନିମନ୍ତେ ଆମେ ଯୁଗ୍ମଅଯୁଗ୍ମ ନିୟମ ଅନୁସରଣ କରୁଥିଲୁ । କିନ୍ତୁ, କେନ୍ଦ୍ର ସରକାର ଏଭଳି କୌଣିସ ନିୟମ ଦର୍ଶାଇ ନ ଥିବାରୁ ଏବେ ସବୁ ଦୋକାନ ଖୋଲି ହେବ । ଇଣ୍ଡଷ୍ଟ୍ରିଗୁଡିକ ମଧ୍ୟ ଏକ ସମୟରେ ଖୋଲାଯିବ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published.