୧୫ରେ ମହାପ୍ରସାଦ ସେବନ ନିଷ୍ପତ୍ତି, ୨୦୧୮ରେ ଧାର୍ଯ୍ୟ ଅନୁସାରେ ବିକ୍ରି ହେବ

ପୁରୀ, (ଓଡିଶା ଟାଇମ୍) :ଭକ୍ତଙ୍କ ପାଇଁ ଖୁସିର ଖବର । ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନେଇ ଆସନ୍ତା ୧୫ ତାରିଖରେ ହେବ ନିଷ୍ପତ୍ତି । ୧୫ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯିବ ନିଷ୍ପତ୍ତି । ୨୦୧୮ରେ ହୋଇଥିବା ମୂଲ୍ୟ ନିର୍ଦ୍ଧାରଣ ଅନୁସାରେ ବିକ୍ରି ହେବ ମହାପ୍ରସାଦ । ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ମହାପ୍ରସାଦ ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଆନନ୍ଦ ବଜାରରେ ଅନ୍ନ ଭୋଗ ଓ ଶୁଖୁଲି ଭୋଗ ବିକ୍ରି ବଟା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରାଯିବ । ପୂର୍ବରୁ ଏନେଇ ହୋଇଥିବା ସମସ୍ୟା ଓ ଅଭିଯୋଗର ଦୂର ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଆଜି ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ନେଇ ବସିଥିଲା ବୈଠକ । ବୈଠକରେ ଜିଲ୍ଲାପାଳଙ୍କ ସହ ସୁଆର-ମହାସୁଆର ନିଯୋଗର ସମସ୍ତ ସେବାୟତ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *