ଭିତରକନିକା ନିକଟ ସମୁଦ୍ର ପାଣିରେ ଭାସୁଛି ବିଶାଳ ତିମିର ମୃତ ଦେହ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ଅଗରନାସୀ ନିକଟରେ ସମୁଦ୍ର ଜଳରେ ଏକ ବି।।ଳକାୟ ତିମି ମାଛ ଭାସୁଥିବା ଦେଖିବାକୁ ମିଳିଛି । ଏଡି ତିମିମାଛର ଲମ୍ବ ୪ହ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ସମୁଦ୍ର ପାଣିରେ ଭାସୁଥିବା ତିମି ମାଛର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ବାତ୍ୟା ଅମ୍ପନ ପ୍ରଭାବ ଯୋଗୁ ତିମିଟି ମରିଥିବା ବନ ବିଭାଗ ମନୁମାନ କରୁଛି । ତେବେ ତିମି ମାଛର ମୃତ୍ୟୁର କାରଣ ଜାଣିବା ପାଇଁ ରାଜନଗର ବନ ବିଭାଗ ତିମି ବିଶାରଦଙ୍କ ସହାୟତା ଲୋଡ଼ିଛି ।

ଭିତରକନିକା ଅଭୟାରଣ୍ୟ ନିଟସ୍ଥ ସମୁଦ୍ରରେ ବାରମ୍ବାର ତିମି ମାଛର ମୃତ ଦେହ ଭାସୁଥିବା ଦେଖିବାକୁ ମିଳୁଛି । ଗତ ୪ ବର୍ଷ ମଧ୍ୟରେ ଏହି ଅଂଚଳରେ ୪ଟି ତିମି ମାଛ ମରି ସମୁଦ୍ରରେ ଭାସୁଥିବା ଦେଖାଯାଇଛି । ଗତ ୨୦୧୭ ମସିହାରେ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳର ହାବେଳିଖଟି ନିକଟରେ ସମୁଦ୍ର ବାଲିରେ ଏକ ବିଶାଳ ତିମିର ଗଳିତ ମୃତ ଦେହ ଅଧା ପୋତି ହୋଇ ରହିଥିବା ଦେଖିବାକୁ ମିଳିଥିଲା ।

ସେହିପରି ୨୦୧୮ ମସିହାରେ ସେହି ହାବେଳିଖଟି ନିକଟରେ ସମୁଦ୍ର ବାଲିରେ ୫୨ ଫୁଟ ଲମ୍ବର ଏକ ତିମିର ମୃତ ଶରୀର ପଡ଼ିଥିବା ଦେଖାଯାଇଥିଲା । ସେହିପରି ୨୦୧୯ ମସିହାରେ ଭିତରକନିକାର ବାଉଁଶଗଡ଼ି ନଦୀରେ ଅହିରାଜପୁର ଗଁ ନିକଟରେଏକ ତିମିର ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଥିଲା । ତିମିମାନେ ଗଭୀର ସମୁଦ୍ରରେ ବାସ କରନ୍ତି । ବିଭିନ୍ନ କ।।ଣ ଯୋଗୁଁ ତିମି ମାଛର ମୃତ୍ୟୁ ହେଉଥିବା ତିମି ବିଶାରଦମାନେ କହୁଛନ୍ତି । କିଛି ତିମିଙ୍କର ବୟସାଧିକ୍ୟ ଯୋଗୁ ମୃତ୍ୟୁ ହେଉଥିବା ବେଳେ ଅନ୍ୟ କିଛି ତିମି ବିଭିନ୍ନ ରୋଗରେ ପିଡ଼ିତ ହୋଇ ମୃତ୍ୟୁ ବରଣ କରିଥାଆନ୍ତି । ସେହିପରି ଗଭୀର ସମୁଦ୍ରରେ ଯାହାଜ ଚଳପ୍ରଚଳ ଯୋଗୁ ଯାହାଜର ପ୍ରପେଲର ମାଡ଼ରେ ମଧ୍ୟ କିଛି ତିମିଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି । କୌଣସି ମୃତ ଶରୀର ସମୁଦ୍ର ଗର୍ଭରେ ରହିପାରେ ନାହିଁ ଓ କୌଣସି ସାମୁଦ୍ରିକ ଜୀବ ବା ଅନ୍ୟ କୌଣସି ଜୀବଜନ୍ତୁଙ୍କର ସମୁଦ୍ର ମଧ୍ୟରେ ମୃତ୍ୟୁ ଘଟିଲେ ସେହି ମୃତ ଶରୀର ସମୁଦ୍ର ଜୁଆରରେ କୂଳକୁ ଚାଲିଆସିଥାଏ । ଏହା ସମୁଦ୍ରର ଧର୍ମ ହୋଇଥିବା ସମୁଦ୍ରିକ ବିଶେଷଜ୍ଞମାନେ ମତଦେଉଛନ୍ତି । ତେବେ ଭିତରକନିକା ଉପକୂଳରେ ବାରମ୍ବାର ତିମି ମାଛର ମୃତ ଶରୀର ଦେଖିବାକୁ ମିଳୁଥିବାରୁ ଭିତରକନିକା ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରେ କୌଣସି ସ୍ଥାନରେ ତିମିଙ୍କର ବାସସ୍ଥାନ ଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published.