ସିବିଏସସି ଦଶମ ପରୀକ୍ଷା ଫଳ, ଚନ୍ଦ୍ରଶେଖରପୁର ଡିଏଭି ଛାତ୍ରଛାତ୍ରୀଙ୍କ ବାଜିମାତ୍     

ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସସି) ଦ୍ଵାରା ପରିଚାଳିତ କେନ୍ଦ୍ରୀୟ  ବିଦ୍ୟାଳୟ ଗୁଡ଼ିକର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଗତ କାଲି ପ୍ରକାଶ ପାଇଛି । ୨୦୧୯ ତୁଳନାରେ ଏଥର ସାରା ଦେଶରେ ପାସ ହାର ବଢ଼ିଛି ।
ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ଵର ଜୋନର  ପାସ୍‌ହାର  ୯୩.୨୦ % ହୋଇଛି । ସେହିଭଳି ଜୋନରେ ମୋଟ ୯୮ ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୯୮ ହଜାର ୨୨୩ ଜଣ ପରୀକ୍ଷା ଦେଇଥିବା ବେଳେ ୯୧ ହଜାର ୫୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରେ ପାସ ହାର ୯୩.୦୧% ଓ ଛତ୍ତିଶଗଡ଼ ପାସ ହାର୍ ୯୧.୩୯% ହୋଇଥିବା ସିବିଏସସି ପକ୍ଷରୁ ସୂଚନା ଦିଆଯାଇଛି ।
ଗତଥର ଭଳି ଏଥର ମଧ୍ୟ ଭୁବନେଶ୍ୱର ଜୋନରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି । ସେହିଭଳି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ କରିଛନ୍ତି । ୩୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୫ ଜଣ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ୧୨୪ ଜଣ ୯୫% ରୁ ଅଧିକ ମାର୍କ ରଖିଥିବା ବେଳେ ୨୦୨ ଜଣ ୯୦% ରୁ ଅଧିକ, ୨୯୭ ଜଣ ୭୫% ଅଧିକ ନମ୍ବର ରଖିଛନ୍ତି ।
ତେବେ ଛାତ୍ରୀ ତମନା ମିଶ୍ର ସ୍କୁଲରେ ସର୍ବାଧିକ ୯୯% ମାର୍କ ରଖି ସ୍କୁଲରେ ଟପର ହୋଇଛନ୍ତି । ସେହିଭଳି ତରୁଣ କୁମାର ଦୋରା ଓ ଶୁଭାଙ୍ଗୀ ନାୟକ ୯୮.୮% ମାର୍କ ରଖିଥିବା ବେଳେ ପ୍ରତୀକ ମହାନ୍ତି ଓ ଶୃୃତିଯା ସ୍ଵାଇଁ ୯୮.୪% ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ସ୍କୁଲର ସଫଳତା ଲାଗୀ ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା, ଅଧକ୍ଷ ଡଃ କେ ସି ଶତପଥୀ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.