ଦାଉଦ୍ ଇବ୍ରାହିମ୍ ଓ ପତ୍ନୀ ମହାଜବିନ୍ କୋଭିଡ଼୍-୧୯ ସଂକ୍ରମିତ, ଗୁପ୍ତରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦୁନିଆର ପ୍ରଖ୍ୟାତ ଅଣ୍ଡରୱାର୍ଲଡ଼ ଡନ୍ ଦାଉଦ୍ ଇବ୍ରାହିମ କରୋନା ସଂକ୍ରମଣର ଶିକାର ହୋଇଛି l ଦାଉଦ୍ ଇବ୍ରାହିମ କରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଦାଉଦ୍ର ସବୁ ଷ୍ଟାଫଙ୍କୁ କ୍ଵାରେଣ୍ଟାଇନ କରାଯାଇଛି l
ଦାଉଦ୍ ଇବ୍ରାହିମଙ୍କ ପତ୍ନୀ ମହାଜବିନ୍ ମଧ୍ୟ କରୋନା ପଜିଟିଭ ଜଣାପଡ଼ିଛି l ଉଭୟଙ୍କୁ କରାଚୀର ଏକ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ପାକିସ୍ତାନ କରାଚୀରୁ ଲଗାତାର ମାମଲା ସାମ୍ନାକୁ ଆସୁଛି l କିନ୍ତୁ ପାକିସ୍ତାନ ବାରମ୍ବାର ଏହାକୁ ଅସ୍ୱୀକାର କରିଛି l
ଗୁପ୍ତ ସୂଚନା ଅନୁଯାୟୀ, ଏହି ଖବର ସମ୍ପୂର୍ଣ ସତ୍ୟ ଯେ ଦାଉଦ୍ ଇବ୍ରାହିମ ଓ ତାଙ୍କ ପତ୍ନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦାଉଦ୍ ଇବ୍ରାହିମ ଭାରତର ବଡ଼ ଶତ୍ରୁ l ୧୯୯୩ ମସିହାରେ ସେ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ଥିଲା ଏବଂ ଅଣ୍ଡରୱାର୍ଲଡ଼ ଡନ୍ ମଧ୍ୟ l
ଅଣ୍ଡରୱାର୍ଲଡ଼ ଡନ୍ ଦାଉଦ୍ ଇବ୍ରାହିମ ସମ୍ପର୍କରେ ସାରା ଦୁନିଆ ଜାଣିଛି l କିନ୍ତୁ ତା ପରିବାର ସମ୍ପର୍କରେ ବହୁତ କମ୍ ଲୋକ ଜାଣିଛନ୍ତି l କାରଣ ସେ ନିଜ ପରିବାରକୁ ସବୁବେଳେ ଲୋକଙ୍କ ନଜରରୁ ଦୂରରେ ରଖିଛି l