ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଜଗତସିଂହପୁର , (ଓଡିଶା ଟାଇମ୍):  ଭିଜିଲାନ୍ସ ହାତରେ ଜଗତସିଂହପୁର ଜିଲ୍ଲା ଡ୍ରଗ୍ ଇନ୍ସପେକ୍ଟର ଅଫିସର ଡାଟା ଏଣ୍ଟ୍ରି ଅପରେଟର । ଡ୍ରଗ୍ ଲାଇସେନ୍ସ କରାଇଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ହେଲେ ତପନ କୁମାର ସେଠୀ ।

ସୂଚନା ଅନୁସାରେ ସ୍ଥାନୀୟ ତରଡା ପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଡ୍ରଗ୍ ଲାଇସେନ୍ସ କରାଇ ଦେବାକୁ ତପନ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ସମ୍ପୃକ୍ତ ଯୁବକ ଜଣଙ୍କ ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ଜଣଙ୍କ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ପ୍ରସ୍ତୁତି ଅନୁସାରେ ଗୁରୁବାର ସମ୍ପୃକ୍ତ ଯୁବକ ଜଣଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦାବି ମୁତାବକ ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।  

Leave a Reply

Your email address will not be published.