ଆଜି ପବିତ୍ର ଦଶହରା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ପବିତ୍ର ଦଶହରା । ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟ ଅର୍ଜନର ଦିବସ ବିଜୟାଦଶମୀ । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ରପାଠ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।  କରୋନା କଟକଣା ଭିତରେ ଚାଲିଛି ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । ବିଜୟା ଦଶମୀରେ ଅପରାଜିତା ବେଶରେ ମାଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମାଙ୍କ ଟିକେ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ । ଆବଦ୍ଧ ମଣ୍ଡପରେ ଦଶଭୂଜାଙ୍କ ପୂଜା ଚାଲିଛି ।

ତେବେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା କାରଣରୁ ଶ୍ରଦ୍ଧାଳୁ ମାନେ ମାଆଙ୍କୁ ବାହାରୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି ଏବର୍ଷ ସେତେଟା ଜାକଜମକ ବି ନାହିଁ । ବ୍ୟାକୁଳ ନେତ୍ରରେ ମା’ଙ୍କ ପରଶ ପାଇବାକୁ ଚାହିଁ ବସିଥିବା ଭକ୍ତମାନେ ମାଙ୍କ ଦର୍ଶନ ନପାଇ ନିରାଶ । କରୋନା କଟକଣା ପାଇଁ ଏବର୍ଷ ସବୁ ଖାଁ ଖାଁ । କରୋନା ଦୁର୍ଗାପୂଜା ମାହୋଲକୁ ଫିକା କରିଛି । ରାଜ୍ୟର କିଛି ପୂଜା କମିଟି ମାଆଙ୍କ ଦର୍ଶନ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି । ୨୭ ତାରିଖରେ ନିରାଡମ୍ବର ଭସାଣ ଅନୁଷ୍ଠିତ ହେବ ।

ସେହିପରି ଆଜି ଶ୍ରୀମନ୍ଦିରରେ ଦଶହରା ପାଳନ ହେବା ସହ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ ।

Leave a Reply

Your email address will not be published.