ମହାପ୍ରଭୁଙ୍କ ଘୋଷଯାତ୍ରା ବିଧି, ଉଲ୍ଲଂଘନ ହୋଇପାରିବ ନାହିଁ: ଡା ଦାମୋଦର ରାଉତ

ଘୋଷଯାତ୍ରା ବିଧିର କୌଣସି ବିକଳ୍ପ ନାହିଁ । ଏହି ଘୋଷଯାତ୍ରା ବିଧି ପାଳନ ହେବା ସମୟରେ ସମଗ୍ର ବିଶ୍ୱରୁ ଲକ୍ଷଲକ୍ଷ ଭକ୍ତ ଆସି ଘୋଷଯାତ୍ରାରେ ଯୋଗ ଦେଇଥାନ୍ତି । ଘୋଷଯାତ୍ରା ଏକ ମେନାରଂଜନ କାର୍ଯ୍ୟକ୍ରମ ନୁହେଁ । ବିଶ୍ୱାସ ରହିଛି ବଡ ଦାଣ୍ଡରେ ରଥରୁଢ ଚକା ନୟନକୁ ଦର୍ଶନ କଲେ ବସ୍ତୁବାଦୀ ମଣିଷ ମୋକ୍ଷ ଲାଭ କରିବ । ସେଥିପାଇଁ ଆକୁଳ ନୟନରେ ପ୍ରବଳ ଭିଡ଼ ଭିତରେ ଭକ୍ତ ଚକା ନୟନକୁ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଥାଏ । ସେହି ଦୃଷ୍ଟିରୁ କୌଣସି କାରଣରୁ ଘୋଷଯାତ୍ରାକୁ ବନ୍ଦ ନକରି ଧର୍ମଗୁରୁ ଶଙ୍କରାଚାର୍ଯ୍ୟ, ପ୍ରଥମ ସେବକ ଗଜପତି ମହାରାଜ ଏବଂ ସେବକ ମଣ୍ଡଳୀ ନିଜ ଭିତରେ ଆଲୋଚନା କରି ଘୋଷଯାତ୍ରା ସଂକ୍ଷିପ୍ତ ଏବଂ ନିୟନ୍ତ୍ରିତ କରନ୍ତୁ ଏବଂ ପ୍ରଶାସନ ସବୁ ମତେ ସହଯୋଗ କରୁ । ମାତ୍ର କୌଣସି କ୍ଷେତ୍ରରେ ମହାପ୍ରଭୁଙ୍କର ବିଧି ଉଲ୍ଲଂଘନ କରା ନ ଯାଉ କିମ୍ବା ସଂକୀର୍ଣ୍ଣ ରାଜେନୀତିକ ଆରୋପ ପ୍ରତି ଆରୋପରେ କେହି ନିଜକୁ ସଂପୃକ୍ତ ନ କରନ୍ତୁ ବୋଲି ଚେତାଇ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତ।

ଡ. ରାଉତ ଏ ସନ୍ଦର୍ଭରେ ପ୍ରଶାସନକୁ ସମାଲୋଚନା କରିଛନ୍ତି। କୋର୍ଟ କଚେରୀଙ୍କ ଦ୍ଵାରା ବା ପ୍ରଶାସନ ଦ୍ଵାରା ଏହି ପରମ୍ପରାର କେବେ ପରିବର୍ତ୍ତନ କରାଯାଇ ନପାରେ ବୋଲି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି।  ସେ କହିଛନ୍ତି, ଶାସ୍ତ୍ରରେ ଅଛି ବସ୍ତ୍ରଦାନ ଯେଉଁଠି ବିଧି ଭାବରେ ପ୍ରଚଳିତ କୌଣସି ପରିସ୍ଥିତିରେ ବସ୍ତ୍ର ନମିଳିଲେ ସୂତ୍ର ଦାନ କରି ବିଧି ରକ୍ଷା କରାଯାଏ। ସେହିଭଳି ଘୋଷ ଯାତ୍ରାକୁ କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ କାରଣରୁ ସୀମିତ, ନିୟନ୍ତ୍ରିତ ଏବଂ ସଂଯମର ସହିତ ନିର୍ବାହ କରାଯିବା କଥା । କିନ୍ତୁ କୋର୍ଟ କଚେରୀକୁ ଯାଇ ଏହି ମହାନ୍‌ ବିଧିକୁ  ବନ୍ଦ କରିବା କେବେ ସମୁଚୀନ ହୋଇ ନ ପାରେ।

ଉଦାହରଣ ଆଳରେ ପ୍ରଶାସନକୁ ସମାଲୋଚନା କରି ସେ କହିଛନ୍ତି: ପ୍ରତିଦିନ ରାତ୍ରି ମଣୋହୀ ପରେ ମହାପ୍ରଭୁ ତାମ୍ବୁଳ ସେବନ କରିଥାନ୍ତି । ଗୋଟିଏ ପାନପତ୍ରରେ ଗୁଆ, ଗୁଜୁରାତି, ଲବଙ୍ଗ, ଅଳେଇଚ, ଜାଇଫଳ ଇତ୍ୟାଦି ଅର୍ପଣ କରାଯାଇଥାଏ । ଯଦି ପ୍ରଶାସନ ଅନୁଭବ କରିବ ଯେ ଜାଇଫଳର ଦରବୃଦ୍ଧି ବା ଅଭାବ ଜନିତ କାରଣରୁ ମହାପ୍ରଭୁ ପାନପତ୍ରରେ ଗୋପାଳ ଜର୍ଦ୍ଦା ବ୍ୟବହାର କରିବେ ଏହା କ’ଣ ବିଧି ସମ୍ମତ ?

ଏହିକ୍ରମରେ ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ପ୍ରଶାସନ ବା ଅନ୍ୟ କେହି ସଂଗଠନ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କ ଦୃଷ୍ଟି ଆକର୍ଷଣ କରିବାର ଥିଲା । ତାହା କରା ନଯାଇ ସିଧା ସଳଖ ସର୍ବୋଚ୍ଚ ନ୍ୟାୟାଳୟରୁ ଘୋଷଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଅଣାଗଲା ଏବଂ ସର୍ବୋଚ୍ଚ ନ୍ୟାୟାଳଙ୍କର ନିଷ୍ପତ୍ତି ଶୁଣିବା ମାତ୍ରେ ଠାକୁରଙ୍କ ପ୍ରଥମ ସେବକ ଗଜପତି ମହାରାଜ “ସମସ୍ତେ ଏହି ନିର୍ଦ୍ଦେଶ ମାନିବାକୁ’’ କହିବାକୁ ଡା. ରାଉତ ଗୟହଣ କରିପାରି ନାହାନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ଏକ ବିଧି ମାତ୍ର ପରମ୍ପରା ନୁହେଁ । ମହାପ୍ରଭୁଙ୍କର ସେବା, ପୂଜା ବିଧି ଇତ୍ୟାଦି ନିୟନ୍ତ୍ରଣ କରିବା କେବଳ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ, ମହାପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜ ଏବଂ ପ୍ରମୁଖ ସେବକମାନଙ୍କର କର୍ତ୍ତବ୍ୟ ଏହା ସ୍କନ୍ଧ ପୁରାଣରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ମନ୍ଦିର ପ୍ରଶାସନ ବା ସରକାରଙ୍କର କୌଣସି ଅଧିକାର ନାହିଁ । ବିଧି ଅନୁସାରେ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଦିନରେ ମହାପ୍ରଭୁ ରନି ସିଂହାସନରୁ ଆସି ସିଂହଦ୍ୱାରରେ ରଥାରୁଢ଼ ହେବେ ଏବଂ ବଡ ଦାଣ୍ଡରେ ତାଙ୍କ ଘୋଷଯାତ୍ରା ମାଉସୀ ମା ବା ଗୁଣ୍ଡିଚା ମନ୍ଦିରରେ ସମାପନ ହେବାର ବିଧି ରହିଛି ଏବଂ ତାହା ହିଁ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published.