ଆଜି ଜୁନ୍-୬, ଜାଣନ୍ତୁ ଆପଣଙ୍କ ରାଶିଫଳ
ଆଜି ଜୁନ୍-୬ ତାରିଖ, ପ୍ରତିପଦ ତିଥି। ବିଛା ୨୪ ଦିନ। ଆଜିଠାରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣସର ଆରମ୍ଭ ହୋଇଛି। ସ୍ନାନପୂଣ୍ଣମୀରେ ୧୦୮ ଗରା ଜଳ ଲାଗି ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଅଣସର ପିଣ୍ଡିକୁ ବିରାଜିଛନ୍ତି। ଆଜିଠାରୁ ପ୍ରଭୁଙ୍କ ଗୁପ୍ତ ସେବା ଓ ଗୁପ୍ତ ନୀତି ଆରମ୍ଭ ହେବ। ଜାଣନ୍ତୁ ଆଜିର ରାଶିଫଳ।
ମେଷ
ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଜଳବାୟୁ ପ୍ରତି ଧ୍ୟାନ ଦିଅନ୍ତୁ ।
ରୋଗୀ- ଥଣ୍ଡା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ମନ ଦେବେ ।
କର୍ମଜୀବି- ସ୍ୱଳ୍ପ ଆୟ ହେବ ।
ବ୍ୟବସାୟ- ଲାଭବାନ ହେବ ।
ଗୃହିଣୀ- ଆଧ୍ୟାତ୍ମିକ ହେବ ।
ବୃଷ
ବାରମ୍ଭାର ଚିନ୍ତା କରି ମନଟା ଭଲ ରହିବ ନାହିଁ । ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।
ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟ- ଲାଭବାନ ହେବେ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
ମିଥୁନ
ଆଜିର ଦିନଟିରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- କିଟନାଶକର ବ୍ୟବହାର ଠିକ୍ ସମୟରେ କରନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡା ପ୍ରତି ମନ ବଳାଇବେ ।
କର୍ମଜୀବି- ବହୁ ପରିଶ୍ରମ କରିବାକୁ ପଡିବ ନାହିଁ ।
ବ୍ୟବସାୟ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡ୍ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଶୁଭ ରଙ୍ଗ ହଳଦି। ଶୁଭ ଅଙ୍କ ୨ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଫସଲ ହାନୀ ଠାରୁ ସଜାଗ ରୁହନ୍ତୁ ।
ରୋଗୀ- ଆଜିକା ଦିନରେ ଡାକ୍ତରଙ୍କୁ ନ ଦେଖାଇ ମେଡିସିନ୍ ଖାଆନ୍ତୁ ନାହିଁ ।
ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଧନ ହାନୀ ହେବ ।
ବ୍ୟବସାୟ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ଚିନ୍ତାରେ ରହିବେ ।
ସିଂହ
ଏକ ଭିନ୍ନ ପରିସ୍ଥିତିରେ ନିକଟ ସମ୍ପର୍କୀୟମାନଙ୍କ ସାହାର୍ଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍ ହୋଇଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଦିନଟି ବେଶୀ କଷ୍ଟ ଭରା ରହିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ ପାଇଁ ମନ ବଳାଇବେ ।
କର୍ମଜୀବି- ସାମାନ୍ୟ ଅର୍ଥ ପାଇ ପାରନ୍ତି ।
ବ୍ୟବସାୟ- ଲାଭ ପ୍ରଦ ହେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ପାଇଁ ଅସୁସ୍ଥ ଅନୁଭବ କରିପାରନ୍ତି ।
କନ୍ୟା
ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୪ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଜଳବାୟୁ ଉପରେ ସଚେତନ ହୁଅନ୍ତୁ ।
ରୋଗୀ- ରୋଗମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପିଲାମାନେ ବିଦ୍ୱାନ ହେବେ ।
କର୍ମଜୀବି- ସମ୍ମାନ ଅର୍ଜନ କରିବେ ।
ବ୍ୟବସାୟ- କ୍ଷତି ହେବ ।
ଗୃହିଣୀ- ମନ ପ୍ରଫୁଲ୍ଲ ରହିବ ।
ତୁଳା
ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ । ଅବଶ୍ୟ ପଦସ୍ଥ ବ୍ୟକ୍ତିବିଶେଷଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଶୁଭ ରଙ୍ଗ ହଳଦି । ଶୁଭ ଅଙ୍କ ୩ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଚିନ୍ତିତ ରହିବେ ।
ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।
କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟ- ଅନ୍ୟ କଥାରେ ପଡନ୍ତୁ ନାହିଁ ।
ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।
ବିଛା
ପ୍ଲଟିଙ୍କ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟଲାଭର ସୂଚନା ରହିଛି । ଜ୍ୟେଷ୍ଠା ନକ୍ଷତ୍ରର ଚେଷ୍ଟା କରୁଥିବା କାମଟି ନ ହେବା କାରଣରୁ ଉଦାସ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଆନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ହାନି ହେବ ।
ବ୍ୟବସାୟ- ଲାଭ ପ୍ରଦ ରହିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ଧନୁ
ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ । ବାଣିଜ୍ୟ ମାନ୍ଦା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ପାଣିପାଗ କାର୍ଯ୍ୟାଳୟ ସହ ସମ୍ପର୍କ ସ୍ଥାପନ କରନ୍ତୁ ।
ରୋଗୀ- ଶ୍ୱାସ ସମସ୍ୟା ଦେଖା ଦେବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବିି- ଅର୍ଥ ସମସ୍ୟା ଦେଖାଦେବ ।
ବ୍ୟବସାୟ- ସାମାନ୍ୟ ଲାଭ ପାଇବେ ।
ଗୃହିଣୀ- ମୁଣ୍ଡ ବ୍ୟଥା ହୋଇପାରେ ।
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସାମନ୍ୟ ପୀଡା ଅନୁଭବ କରିବେ ।
ଛାତ୍ରଛାତ୍ରୀ – ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟ- ଉନ୍ନତି ଦେଖା ଦେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି ।
କୁମ୍ଭ
ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି । ଗୃହ ସୀମା ଜନିତ ବିବାଦ ଦେଖା ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।
ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଲାଭ ଉଠାଇବେ ।
ବ୍ୟବସାୟ- ସୁଯୋଗ ପ୍ରାପ୍ତି ହେବ ।
ଗୃହିଣୀ- ସୁଖ ମିଳିବ ।
ମୀନ
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଖାଦ୍ୟପେୟର ବିଷମତା ଜନିତ ହଠାତ୍ ଅଜୀର୍ଣ୍ଣ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
କାହାପାଇଁ କେମିତି କଟିବ ଦିନ
- ଚାଷୀ- ଆଜିକା ଦିନରେ କୃଷି ବିଭାଗ ସହ ଯୋଗାଯୋଗ ରଖିବା ଆବଶ୍ୟକ ।
ରୋଗୀ- ସାମନ୍ୟ ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ବଳାଇବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟ- ସାମାନ୍ୟ କ୍ଷତି ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ପ୍ରସ୍ତୁତି: ତ୍ରିନନ୍ଦନ ମିଶ୍ର, ମୋବାଇଲ୍ ନମ୍ବର:7539862184/7440122569