ରାଜଧାନୀରେ ବଢିବ କୋଭିଡ୍ ବେଡ୍, ବସ୍ତି ପାଇଁ କଣ ରହିଛି ଷ୍ଟ୍ରାଟେଜି ପଢ଼ନ୍ତୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଦୁରୀ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ଆକ୍ରାନ୍ତ ଅଛନ୍ତି । ବସ୍ତି ଅଞ୍ଚଳରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରୁ ୬୫୭ ଜଣ ଚିହ୍ନଟ ହୋଇଛନ୍ତି । ବସ୍ତିକୁ ହଟସ୍ପଟ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି । ୬୭ଟି ୱାର୍ଡ଼ରେ ୱାର୍ଡ଼ ସଚେତକ କମିଟି ନିରୀକ୍ଷଣ କରୁଛନ୍ତି ବୋଲି ସେ କହିଛନ୍ତି ।
କରୋନା ସ୍ଥିତି ନେଇ ଅନୁ ଗର୍ଗ କହିଛନ୍ତି ଯେ, ଭୁବନେଶ୍ୱରରେ ଟ୍ରେସିଂ, ଟେଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ବିଏମସି ଦିନକୁ ୧୪୦୦ ଟେଷ୍ଟ କରିବ । ପ୍ରତି ଓ୍ୱାର୍ଡରେ ସଚେତକ କମିଟି କାମ କରୁଛି । ବସ୍ତି ଅଞ୍ଚଳରେ ମଧ୍ୟ କମିଟି ନିରନ୍ତର ଭାବେ କାମ କରୁଛି । ବସ୍ତିରେ ଆକ୍ଟିଭ୍ ସର୍ଭିଲାନ୍ସ ଟିମ୍ ଯାଞ୍ଚ୍ କରୁଛନ୍ତି । ସୂଚନା ପାଇଁ ସଚେତକ ଆପ୍ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ରାଜଧାନୀରେ ହୋମ୍ ଆଇସୋଲେସନ ପାଇଁ ଅନୁମତି ଅଛି । ସମସ୍ତଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ସେ କହିଛନ୍ତି । ଏତତ୍ ବ୍ୟତୀତ ଆଉ ୧୫ ଶହ କୋଭିଡ୍ ବେଡ୍ ବଢାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ କହିଛନ୍ତି ଯେ, ମହିଷାଖାଲ ବସ୍ତିରେ ଆକ୍ଟିଭ୍ କେସ୍ ରହିଛି । ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ କରାଯାଇ ସର୍ଭେଲାନ୍ସ ଚାଲିଛି । ସର୍ଭେଲାନ୍ସରେ ବସ୍ତିରେ ସଚେତକ କମିଟି ସାହାଯ୍ୟ କରୁଛି । ବସ୍ତି ଅଞ୍ଚଳରୁ ୨୦୧ଟି ପଜିଟିଭ୍ କେସ୍ ବାହାରିଛି । ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଅଣବସ୍ତି ଅଞ୍ଚଳରୁ ୬୫୭ଟି କେସ୍ ବାହାରିଛି । ରାଜଧାନୀରେ ୪ଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ବିଏମସି ଅଞ୍ଚଳରେ କୋଭିଡ୍ ବେଡ୍ ସଂରକ୍ଷିତ ରଖାଯାଇଥିବା କୁହାଯାଇଛି ।