ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିତରଣ ସଂସ୍ଥାର ପରିଚାଳକ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଦ୍ୟୁତ ବିତରଣକାରୀ ସଂସ୍ଥା, ପଶ୍ଚିମ ଓଡ଼ିଶା ଟାଟା ପାଓ୍ବରର ପରିଚାଳକ ସନ୍ତୋଷ ଦରଜୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ସମ୍ବଲପୁର, ବୁର୍ଲା ଓ ବରଗଡ଼ ଆଦି ତିନୋଟି ସ୍ଥାନରେ ଏକ ସମୟରେ ଚଢଉ ଚାଲିଛି। ଚଢଉ ସମୟରେ ଘରୁ  ୬ଲକ୍ଷ ୨୮ ହଜାରରୁ ଅଧିକ ଟଙ୍କା ମିଳିଛି ।

ସମ୍ବଲପୁର ପ୍ରଧାନପଡା ସ୍ଥିତ ତାଙ୍କ ବାସ ଭବନ, ସମ୍ବଲପୁର ବୁର୍ଲା ସ୍ଥିତ ଟାଟା ପାଓ୍ବର କାର୍ଯ୍ୟାଳୟ ଏବଂ ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ତାଙ୍କ ନିଜ ଗ୍ରାମରେ ଥିବା ଘରେ ଚଢଉ କରାଯାଇଛି।

Leave a Reply

Your email address will not be published. Required fields are marked *