ମାଡି ଆସୁଛି ବାତ୍ୟା ‘ତଉକ୍ତେ’
ଭୁବନେଶ୍ବର, (ଓଡିଶା ଟାଇମ୍):ମାଡି ଆସୁଛି ବାତ୍ୟା । ଆରବସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ଗୁଜରାଟ କିମ୍ବା ମହାରାଷ୍ଟ୍ର ଉପକୂଳ ଛୁଇଁପାରେ ।ଏହାର ସାମାନ୍ୟ ତମ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ । ଗୁରୁବାର ରାଜ୍ୟର୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟରସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀଆରବ ସାଗରରେ ଗୁରୁବାର (୧୩ ତାରିଖ)ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟା ରୂପ ନେଇପାରେ । ଏହା ଆରମ୍ଭରେ ପଶ୍ଚିମ ଉପକୂଳର ଦୂରରେ ତଥାପ୍ରାୟତଃ ସାମନ୍ତରାଳ ଭାବେ ଗତି କରିବ । କେତେକ ମଡେଲ୍ କହୁଛି, ଏହା ଗୁଜରାଟ ଆଡ଼େ ମୁହାଁଇବା ସମ୍ଭାବନା ଅଛି । ଏହା ମହାରାଷ୍ଟ୍ର ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାଦ୍ୱାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ ହୋଇ ଅବପାତ ରୂପ ନେବା ପରେ ଏହା ବାବଦରେ ଅଧିକ ଆକଳନ କରିହେବ । ଆରବସାଗରର ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେକାଳବୈଶାଖୀ ସମ୍ଭାବନା ଅଛି । ସର୍ବାଧିକତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ।
ପାଣିପାଗ ବିଭାଗ କହିଛି, ଗୁରୁବାର ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନସମେତ କେନ୍ଦୁଝର, ମୟୂରଭଞ୍ଜ, ଦକ୍ଷିଣଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନଏବଂ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣରବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟିସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନସହ ବଜ୍ରପାତ ଏବଂ ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ, ବାଲେଶ୍ୱର, ଗଜପତିର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ଦୁଇଦିନ ମଧ୍ୟ କାଳବୈଶାଖୀ ସମ୍ଭାବନା ଅଛିବିଭିନ୍ନ ସ୍ଥାନରେ । କେତେକ ଜାଗାରେ ତାତିବଢ଼ିବା ସମ୍ଭାବନା ମଧ୍ୟ ରହିଛି । ବୁଧବାରରାଜ୍ୟ ତମାମ ଦିନ ତାପମାତ୍ରା ୩୯ ଡିଗ୍ରୀସେଲସିୟସରୁ କମ୍ ଥିଲା । ଆଜି ଦିନଭିତରେ ବିଶେଷ ସ୍ଥାନରେ ବର୍ଷା ହୋଇନାହିଁ ।