୨୪ରେ ବାତ୍ୟାର ରୂପ ନେବ ‘ନିଭାର’

ଭୁବନେଶ୍ବର, (ଓଡିଶା ଟାଇମ୍) :ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ୨୪ ତାରିଖରେ ‘ନିଭାର’ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି । ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଏହାସହ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସଷ୍ଟି ହୋଇ ୩୦ରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରିଛନ୍ତି ପାଣିପାଗବିତ୍ ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ, ସମ୍ଭାବ୍ୟ ‘ନିଭାର’ ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ସେହିପରି ପବନର ଆଶଙ୍କା ନାହିଁ । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ଓ ବର୍ଷା ସହିତ ଶୀତ ମଧ୍ୟ କମିବ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ବ୍ୟତୀତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରଭାବ ପଡିପାରେ ।

ନଭେମ୍ବର ୨୬ ତାରିଖରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବ ।  ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷାର ସମ୍ଭାବନମା ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ହୋଇପାରେ। ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ ବୋଲି । ତେବେ ୨୬ ଓ ୨୭ ତାରିଖରେ ତାପମାତ୍ରା କମିବା କାରଣରୁ  ଅଧିକାଂଶ ଅଞ୍ଚଳରେ ପାଗ କୋହଲା ରହିବ । ୨୪ରୁ ଶୀତ କମି ୨୯ରେ ପୁଣି ଶୀତ ବଢ଼ିବ । ତେବେ ଡିସେମ୍ବର ୩ ଆଗରୁ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published. Required fields are marked *