ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା

ମାନିଲା,( ଓଡିଶା  ଟାଇମ୍): ଫିଲପାଇନ୍ସ ସରକାର ଘୂର୍ଣ୍ଣିବାତ୍ୟା କୋମ୍ପାସୁ ଯୋଗୁ ଅନୁନ୍ୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ପୁଷ୍ଟି କରିଛନ୍ତି। ଏବେବି ୧୬ ଜଣ ନିଖୋଜ ଅଛନ୍ତି। ଏଣୁ ହୁଏତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ ଏଣ୍ଡ ମ୍ୟାନେଜମେଣ୍ଟ କାଉନସିଲ (ଏନଡିଆରଆରଏମସି)ଙ୍କ ଆକଳନ ଅନୁସାରେ ଏହି ସଂଖ୍ୟା ୩୯ ହୋଇପାରେ।

ଫିଲପାଇନ୍ସ ଉପକୂଳରେ ସାମୁଦ୍ରିକ ବାତ୍ୟା କୋମ୍ପାସୁ ଗତ ମଙ୍ଗଳବାତ ତାଣ୍ଡବ ରଚିଥିଲା। ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପହଞ୍ଚିବା ପରେ ଝଡ ଓ ବର୍ଷା ତାଣ୍ଡବ ରଚିଥିଲା। ଫଳରେ ଅଚାନକ ବନ୍ୟା ଓ ଭୂ-ସ୍ଖଳନ ହୋଇଥିଲା। ତେବେ ବାତ୍ୟା ତାଣ୍ଡବ ରଚିବା ପୂର୍ବରୁ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଅନୁନ୍ୟ ୨ହଜାର ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଫଳରେ ବଡ଼ ଧରଣର ଜୀବନହାନୀକୁ ଟଳାଯାଇପାରିଛି। ବାତ୍ୟାରେ ଉତ୍ତର ଫିଲପାଇନ୍ସ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବାତ୍ୟାରେ ସମ୍ପୂର୍ଣ୍ଣ ଚାଷ ଉଜୁଡି ଯାଇଥିବା ବେଳେ କେବଳ କୃଷି ଜନିତ କ୍ଷତିପରିମାଣ ୩.୯ କୋଟି ଡଲାରକୁ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ଗତ ସୋମବାର କୋମ୍ପାସୁ ଫିଲପାଇନ୍ସକୁ ମୁହାଁଇଥିଲା। ଏହା ଥିଲା ଚଳିତବର୍ଷର ୧୩ତମ ସାମୁଦ୍ରିକ ବାତ୍ୟା। ଯେଉଁଥିରେ ଦେଶ ଗୁରୁତର ପ୍ରଭାବିତ ହୋଇଥିବା କୁହାଯାଇଛି।

Leave a Reply

Your email address will not be published.