ରାତି ୯ଟାରୁ ଲ୍ୟାଣ୍ଡଫଲ୍‌: ଗୋପାଳପୁରଠୁ ୧୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଗୁଲାବ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂର ବଙ୍ଗୋପସାଗରରେ ରହିଛି ବାତ୍ୟା ଗୁଲାବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅୖଞ୍ଚଳରେ ବର୍ଷା  ଲାଗି ରହିଛି। ଆଜି ମଧ୍ୟ ରାତ୍ରୀରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପିଟି ହେବ। ତେବେ ଏହି ଅବପାତର ପ୍ରକ୍ରିୟା ସନ୍ଧ୍ୟା ୯ଟାରୁ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି।  ତିନିଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିବ।  ଏହାର ପ୍ରଭାବରେ ବିଳମ୍ବିତ ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିବବୋଲି ଆଶଙ୍କା କରାଯାଉଛି।

ଅବପାତ ସମୟରେ ପବନର ବେଗ ସର୍ବାଧିକ ୮ଘଣ୍ଟା ପ୍ରତି ୯୫ କିଲୋମିଟର ରହିପାରେ ବୋଲି ଆଶଙ୍କା କରାଯାଇଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଉପକୂଳରେ ଢେଉ ଦେଢ଼ ଫୁଟ ଉଚ୍ଚ ରହିପାରେ।

ଏବେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବାତ୍ୟା ଗୁଲାବ ସ୍ଥଳଭାଗମୁହାଁ ହେଉଛି।  । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ସ୍ପର୍ଶ କରିବା ସହ ଦୁର୍ବଳ ହେବ ।  କିନ୍ତୁ ଦୁଇଦିନ ଯାଏ ଓଡ଼ିଶା, ତେଲେଙ୍ଗାନା ଓ ବିଦର୍ଭରେ ବର୍ଷ;ା ଲାଗି ରହିବ ବୋଲି ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ ବିଭାଗ।

ବାତ୍ୟା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସୂରୁପ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଗଜପତି ଜିଲ୍ଲାର ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକ୍ରେ ଭୂ-ସ୍ଖଳନର ଆଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ସେହିଭଳି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି କରିଛନ୍ତି । ଅଗ୍ନିଶମବାହିନୀ ବି ବିଭିନ୍ନ ଅଞ୍ଚଳରେ ସଜାଗ ଅଛନ୍ତି ।

ବାତ୍ୟା ଗୁଲାବ୍‌: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ

 

Leave a Reply

Your email address will not be published.