ଆସୁଛି ବାତ୍ୟା ଗୁଲାବ୍‌: ଆକାଶରେ କଳା ହାଣ୍ଡିଆ, ଆରମ୍ଭ ହେଲାଣି ବର୍ଷା, ଆଜି ସନ୍ଧ୍ୟାରୁ ତୋଫାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ୍‌ କ୍ରମଶଃ ଓଡ଼ିଶା ଓ ଆନ୍ଦ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଏହା ଘଣ୍ଟାକୁ ୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଥିତବାରେୁ ଆଜି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଏହା କଳିଙ୍ଗ ପଟନମ୍‌ ଉପକୂଳର  ଗୋପାଳପୁର ଓ ବିଶାଖାପାଟଣାମ ମଧ୍ୟବର୍ତ୍ତୀ ଅଞ୍ଚଳରେ ପାର କରିବ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳ ତଥା ଗଞ୍ଜାମ ଓ ଗଜପତିି ଜିଲ୍ଲାରେ ଅତ୍ୟଧିୀକ ପ୍ରଭାବ ପକାଇବା ଆଶଙ୍କା ରହିଛି। ଠିକ୍‌ ସେହିପରି ଆନ୍ଧ୍ରପ୍ରଦେଶର ୫ଟି ଜିଲ୍ଲାରେ ଏହି ବାତ୍ୟାଜନିତ କ୍ଷୟକ୍ଷତି ଆଶଙ୍କା ଅଧିକ ରହିଛି ବୋଲି ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ଗୁଲାବର ପ୍ରଭାବ ଓଡ଼ିଶା ଉପକୂଳରେ ତଥା ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ପ୍ରଭୃତି ୬ ଜିଲ୍ଲାରେ ସୋମବାର ଯାଏ ରହିବ। ଏହା ଦ୍ଵାରା ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପବନ ଅତ୍ୟନ୍ତ କ୍ଷୀପ୍ର ହେବ। ବିଭିନ୍ନ ସ୍ଥାନରେ ଏହି ପବନର ବେଗ ଘଣ୍ଟାପ୍ରତି ୯୫ କିଲୋମିଟର ହେବା ଆଶଙ୍କା ରହିଛି। ଏହା ହେଲେ ଚାଳ ଘର ପ୍ରଭାବିତ ହେବା ସହ ଯୋଗାଯୋଗ ଏବଂ ବିଜୁଳି ସଂଯୋଗ ଏବଂ ମୋବାଇଲ୍‌ ଟାୱାର ପ୍ରଭାବିତ ହେବା ଆଶଙ୍କା ରହିଛି। ପୁଣି ଏଥର ବାତ୍ୟା ପାଇଁ ସୂଚନା କମ୍‌ ସମୟ ଭିତରେ ମିଳିଥିବାରୁ ପ୍ରଶାସନକୁ  ସମୁଦ୍ରକୂଳିଆ ଅଞ୍ଚଳରୁ ଲୋକଙ୍କୁ  ନିରାପଦ ସ୍ଥାନକୁ ନେବା ପ୍ରକ୍ରିୟା ହୋଇପାରି ନାହିଁ। ଫଳରେ ଏହି ବାତ୍ୟାରେ ଜଚନ ଜୀବନ କ୍ଷତି ଅଧିକ ହେବା ମଧ୍ୟ ଆଶଙ୍କା କରାଯାଉଛି।

ଆଜି ମଧ୍ୟାହ୍ନ ପୂର୍ବରୁ ପବନର ବେଗ କ୍ଷୀପ୍ର ହେବା ଅନୁଭବ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହା ୭୫ରୁ ୯୫ କିାଲେମିଟର ରହିବ କିନ୍ତୁ ସ୍ଥାରନେ ସ୍ଥାନେ ତାହା ତ୍ଵରାନ୍ବିତ ହୋଇ ଘଣ୍ଟାପ୍ରତି ୯୫ କିଲୋମିଟର ବି ପହଞ୍ଚିପାରେ।  ଏଣୁ ବିଭାଗ ପକ୍ଷରୁ ଲାଲ୍‌ ରଙ୍ଗର ବିପଦ ସଙ୍କେତ ଜାରି କରାଯିବା ସହ ସମୁଦ୍ରକୂଳରେ, ଚାଳ ଘରେ ତଥା ବାହାରେ ନ ରହିବାକୁ   ସତର୍କ   କରାଯାଇଛି।

ଏହା ମଧ୍ୟ କୁହାଯାଇଛି ଯେ, ପ୍ରବଳ ବର୍ଷା ହେତୁ ନଦୀଗୂଡ଼ିକରେ ଜଳସ୍ତରା ବଢ଼ିପାରେ। ଏଣୁ ବାତ୍ୟା ପରବର୍ତ୍ତୀ ସମୟରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆସିବା ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published.