ମାଡି ଆସୁଛି ବାତ୍ୟା ‘ଏଲସା’

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସୁଛି ବାତ୍ୟା ଏଲସା । ଆମେରିକାର ଦକ୍ଷିଣ ପୂର୍ବ ରାଜ୍ୟ ଫ୍ଲୋରିଡାରେ ତାଣ୍ଡବ ରଚିବ ଏଲସା । ଏନେଇ ପ୍ରଶାସନ ମଧ୍ୟ ସତର୍କ ରହିଛି ।

ସୂଚନାନୁସାରେ, ବାତ୍ୟା ଏଲସା ଶନିବାର ହାଇତି ଓ ଡୋମିନିକା ରିପବ୍ଲିକରେ ତାଣ୍ଡବ ରଚିଥିଲା । ବାତ୍ୟା ପ୍ରଭାବରେ ହଜାର ହଜାର ଗଛ ଉପୁଡି ପଡିଛି । ଘରର ଛାତ ମଧ୍ୟ ଉଡିଯାଇଛି । ଅତିକମରେ ଏହାଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଏବେ ଏହା ଦୁର୍ବଳ ହୋଇ ଫ୍ଲୋରିଡା ଆଡେ ମୁହାଁଇଛି । ମିୟାମି ନ୍ୟାଶନାଲ ହରିକେନ୍ ସେଣ୍ଟର ତଥ୍ୟ ଅନୁସାରେ, ବାତ୍ୟାର କେନ୍ଦ୍ର ଜାମାଇକା ଉପକୂଳରୁ ପ୍ରାୟ ୧୭୫ ମାଇଲ୍ ଦୂରରେ ରହିଥିଲା । ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରିଥିଲା । ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ମଧ୍ୟ ପବନ ବହିଥିଲା । ତେବେ ଏହା କ୍ୟୁବା ପହଁଚିବା ପରେ ଦୁର୍ବଳ ହୋଇଯାଇଥିଲା । ଏପରି ଭାବେ ବାତ୍ୟା କ୍ରମଶଃ ଫ୍ଲୋରିଡା ଓ ଆଟଲାଣ୍ଟିକ୍ ଉପକୂଳ ଆଡେ ମୁହାଁଉଛି ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଫ୍ଲୋରିଡା ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ସର୍ଫସାଇଡ ସହରର ସମୂଦ୍ର କୂଳରେ ଥିବା ଏକ ଜରାଜୀର୍ଣ୍ଣ ୧୨ ମହଲା କୋଠାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି । ଏହା ହେଉଛି ଆମେରିକା ଉତିହାସରେ ପ୍ରଥମ ଯେତେବେଳେ ଏତେବଡ କୋଠାକୁ ହଠାତ ଧ୍ୱଂସ କରିଦିଆଯାଇଛି ।ଏନେଇ ଗତ ଏପ୍ରିଲ ମାସରେ ଏଠାରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ସୂଚନା ମଧ୍ୟ ଦିଆଯାଇଥିଲା ।ଫ୍ଲୋରିଡା ଗଭର୍ଣ୍ଣର ଟନ୍ ଡିସେଣ୍ଟିସଙ୍କ କହିବାନୁସାରେ, ୧୨ ମହଲା କୋଠାକୁ ଧ୍ୱଂସ କରିବା ସମୟରେ ପ୍ରାୟ ୧୨୧ ଜଣ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଭଗ୍ୱବଶେଷ ତଳୁ ଖୋଜା ହେଉଛି । ସେମାନେ ଚାପି ହୋଇ ରହିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।  ସେମାନେ ନମିଳିବା ଯାଏଁ ତଲାସି ଅଭିଯାନ ଜାରି ରହିବ ବୋଲି ଗଭର୍ଣ୍ଣର କହିଛନ୍ତି ।

Leave a Reply

Your email address will not be published. Required fields are marked *