ଏସସିବି ମେଡ଼ିକାଲର ଆଉଟ ଡୋର ବନ୍ଦ
କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସବୁ ଜିଲ୍ଳାରେ କୋଭିଡ଼ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଟକରେ ଏସସିବି ମେଡ଼ିକାଲର ଆଉଟ ଡୋରକୁ ବନ୍ଦ କରାଯାଇଛି । ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉଟ ଡୋର ବନ୍ଦ କରାଯାଇଛି ।
କରୋନା ପାଇଁ କଟକ ଏସସିବିକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କେବଳ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଗାଡ଼ିକୁ ଅନୁମତି ମିଳିବ ବୋଲି ସୂଚନା ମଳିଛିି ।