ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ
ପୁରୀ, (ଓଡିଶା ଟାଇମ୍) : ଆଜି ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବା ପରେ ଅନେକ ସ୍ଥାନରେ କର୍ଫ୍ୟୁ କୋହଳ ହୋଇଛି । ରଥଯାତ୍ରା ପାଇଁ ସୋମବାର ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଥିଲା। ରାତି ୯ଟାରୁ ପୁରୀରେ ସଟ୍ଡାଉନ୍ ଘୋଷଣା କରିଥିଲେ ମୁଖ୍ୟ ଶାସନ ସଚିବ। ଏଥର ରଥ ଟାଣି ପାରିନଥିଲେ ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ବଡଶଙ୍ଖରୁ ମାଟିଆପଡା ଓ ଶ୍ରୀଗୁଣ୍ଡିଚା ମନ୍ଦିରର ପାଖରେ କର୍ଫ୍ୟୁ ବଳବତ୍ତର ରହିଛି ।
ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଭାବେ କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ ବୋଲି କହିଥିଲେ। ଫଳରେ ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିଥିଲେ ଭକ୍ତ। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମୀକ୍ଷା କରିଥିଲେ । ଏପରିକି ରଥଯାତ୍ରା ମଧ୍ୟ ଟେଲିଭିଜନରେ ଦେଖିଥିଲେ।