ପୁରୀରେ ୩ଦିନ କର୍ଫ୍ୟୁ: ମଙ୍ଗଳବାର ରାତି ୧୦ଟାରୁ ଆରମ୍ଭ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାହୁଡ଼ା ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଏବଂ ଅନ୍ୟ ନୀତିକୁ  ବିନା ଭକ୍ତରେ ସୁରୁଖୁରରେ ପରିଚାଳନା କରିବା ଲାଗି ପ୍ରଶାସନ ପଦକ୍ଷେପ ଘୋଷଣା କରିଛି।  ବିନା ଭକ୍ତରେ ଯାତ୍ରା କାର୍ଯ୍ୟ ସମ୍ପୂଣ୍ଣ କରିବା ଲାଗି ସରକାରଙ୍କ ଜିଲ୍ଲା ପ୍ରାଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଛି। ମଙ୍ଗଳବାର ରାତି୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ସୁନାବେଶ ଯାଏ ଏହା ବଳବତ୍ତର ରହିବ।

ଏବର୍ଷ ବାହୁଡ଼ା ଜୁଲାଇ୧ ତାରିଖରେ ପାଳନ ହେବ। ଏହିଦିନ ତିନି ରଥରେ ଦଅଁ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ। ବାହୁଡ଼ା ପରଦିନ ରଥଉପରେ ସୁନାବେଶ କାର୍ଯ୍ୟକ୍ରମ ରହିଛି।

ଶ୍ରୀଗୁଣ୍ଡିଚାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା। ଏହିଦିନ ତିନି ରଥ ଗୁଣ୍ଡିଚା ଘରେ ପହଞ୍ଚିଲା ପରେ କର୍ଫ୍ୟୁ କୋହଳ କରାଯାଇଥିଲା।

Leave a Reply

Your email address will not be published.

%d bloggers like this: