ବହିଷ୍କୃତ IIC ଆନନ୍ଦ ମାଝୀକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ରାଉରକେଲା, (ଓଡିଶା ଟାଇମ୍) : ସୁନ୍ଦରଗଡ଼ ସ୍ଥିତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅନୁଗୁଳର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ତାଙ୍କୁ ଗିରଫ କରାଯାଇଛି । ଆନନ୍ଦଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର ଅଭିଯୁକ୍ତ ଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଚାକିରୀରୁ ବିଦା କରାଯାଇଥିଲା । ପୋଲିସ ଡିଜି ଅଭୟ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ । ବହିଷ୍କାର ନେଇ ପୋଲିସ ଡିଜି ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ । ତାଙ୍କର ଏଭଳି ଆଚରଣ ଲଜ୍ଜାଜନକ ବୋଲି ଡିଜି ମଧ୍ୟ କହିଥିଲେ । ଘଟଣାରେ ତଦନ୍ତ ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବହିଷ୍କୃତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ସେବେଠୁ ଘଟଣାରେ ଫେରାର ଥିଲେ । ଶେଷରେ ଆଜି ବହିଷ୍କୃତ IIC ଆନନ୍ଦ ଚନ୍ଦ୍ର ମାଝୀ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ମଧ୍ୟ ବୟାନ ରେକର୍ଡ କରାଯାଇଛି ।

Leave a Reply

Your email address will not be published.