୫ ରାଜ୍ୟରେ କୋଭିଡ୍ ଟିକା ହେଲା ମାଗଣା, ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଫାଇଦା
ଭୁବନେଶ୍ବର (ଓଟି): ଅଠରବର୍ଷ ବୟସରୁ ଅଧିକ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯିବା ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ଶୁଣିବା ପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ସେମାନଙ୍କ ଯୁବା ସମ୍ପଦକୁ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଟିକା ଯମିତି ସମସ୍ତେ ପାଇବେ ଏବଂ ଅର୍ଥ ଅଭାବରୁ କେହି ଯେମିତି ବାଦ ନପଡ଼ିବେ ସେଥିଲାଗି ଏହି ପ୍ରୟାସ ହୋଇଛି। ଏହି ପ୍ରୟାସରେ ଏଯାଏ ଆଗକୁ ବଢ଼ିଛନ୍ତି ୫ଟି ରାଜ୍ୟ। ଏ ଭିତରେ ରହିଛନ୍ତି କେରଳ, ହରିୟାଣା, ଓଡ଼ିଶା, କଣ୍ଣାଟକ ଏବଂ ଦିଲ୍ଲୀ। ଓଡ଼ିଶା ସରକାର ରବିବାରଦିନ ଏନେଇ ବଡ଼ ଘୋଷଣା କରିଥିବା ବେଳେ କଣ୍ଣାଟକ ଓ ଦିଲ୍ଲୀ ସରକାର ଏହାକୁ ଆଜି ଘୋଷଣା କରିଛନ୍ତି।
ତେବେ ଓଡ଼ିଶା ସରକାରଙକ୍ ପକ୍ଷରୁ ଟିକାକରଣନ୍ଇେ କୌଣସି ସର୍ତ୍ତ ରଖାଯାଇ ନାହିଁ। କିନ୍ତୁ କଣ୍ଣାଟକରେ କେବଳ ସରକାରୀ ହସ୍ପିଟାଲ୍ରେ ଟିକାକରଣ ମାଗଣାରେ ହେବ ବୋଲି ସେଠାକାର ମୁଖ୍ୟମନ୍ତ୍ରୀ ଡିଏସ୍ ୟେଦୁରପ୍ପା କହିଛନ୍ତି। ଏହା ସହ୧୪ ଦିନର ଲକ୍ଡାୁନ୍ ଘୋଷଣା କରିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୩୪,୮୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ବେଙ୍ଗାଲୁରରୁ ୨୦.୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୯,୨୦୧ ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ କରୋନା ସଂକ୍ରମଣ ଜନିତ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୪,୪୨୬କୁ ବୃଦ୍ଧି ପାଇଛି ।