ଓଡିଶାରେ ୪୦ ହଜାର ଡେଇଁଲା କରୋନା ପଜିଟିଭ ସଂଖ୍ୟା; ଗୋଟିଏ ଦିନରେ ୧୬୯୯ ଆକ୍ରାନ୍ତ ଓ ୧୦ ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୭୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୬୨୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭, ବରଗଡରୁ ୮୧, ଭଦ୍ରକରୁ ୬୬, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୮, କଟକରୁ ୧୦୫, ଢେଙ୍କାନାଳରୁ ୨୭, ଗଜପତିରୁ ୫୯, ଗଞ୍ଜାମରୁ ୨୬୮, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୪୧, ମାଲକାନଗିରିରୁ ୭୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡରୁ ୨୫, ନୂଆପଡାରୁ ୩, ପୁରୀରୁ ୬୭, ରାୟଗଡାରୁ ୧୯, ସମ୍ବଲପୁରରୁ ୧୦୧, ସୋନପୁରରୁ ୧୦ ଓ ସୁନ୍ଦରଗଡରୁ ୧୭୮ ରହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୨ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ଡାଇବେଟିସ୍ ଓ ହାଇପରଟେନସନ୍ ରୋଗରେ ପିଡିତ ଥିଲେ ।

ନବରଙ୍ଗପୁରର ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସୁନ୍ଦରଗଡର ଜଣେ ୨୮ ବର୍ଷ ବୟସ୍କା ମହିଳା, ଗଞ୍ଜାମର ଜଣେ ୪୦ ବର୍ଷ ବୟସ୍କ ଏବଂ ନୟାଗଡର ଜଣେ ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସେହିପରି ସୁନ୍ଦରଗଡର (୫୪), ଗଞ୍ଜାମର (୫୫), ଭଦ୍ରକର (୫୩), କନ୍ଧମାଳର (୬୧) ଏବଂ କେନ୍ଦୁଝରର ଜଣେ ୫୨ ବର୍ଷ ବୟସ୍କ ବ୍ୟକ୍ତିର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *