ଦେଶରେ ୧୬ ଲକ୍ଷ ଟପିଲା କରୋନା ସଂକ୍ରମଣ; ଦିନକରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଓ ୭୭୯ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୬ ଲକ୍ଷ ୩୮ ହଜାର ୮୭୧ ରେ ପହଞ୍ଚିଛି।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫,୭୪୭ ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୪୫,୩୧୮ ରହିଛି ।
ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୦୭୯ ନୂଆ ଆକ୍ରାନ୍ତଙ୍କ ସହ ୭୭୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବିଶ୍ଵରେ କରୋନା ମୃତ୍ୟୁ ସଂଖ୍ୟା ରେ ଭାରତ ୫ମ ସ୍ଥାନରେ ରହିଛି ।
ଏହା ବ୍ୟତୀତ ୧୦ ଲକ୍ଷ ୫୭ ହଜାର ୮୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।