କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍
କେରଳ, (ଓଡିଶା ଟାଇମ୍) : ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ । ଏଥିପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘୋଷଣା କରିଛନ୍ତି ।
ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା କରୋନା ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ କରୁଛନ୍ତି । ସେହିପରି ଆମେରିକୀୟ କମ୍ପାନି ଫାଇଜର୍ ଓ ଋ଼ଷ ଟିକା ସ୍ପୁଟିନିକ୍-ଭି କି ଭାରତରେ ବ୍ୟବହାର ପାଇଁ ଆବେଦନ କରିଛନ୍ତି ।
ଶନିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ଏକ ପ୍ରେସମିଟ୍ ଜରିଆରେ ଏସବୁ ଘୋଷଣା କରିଥିଲେ । ରାଜ୍ୟରେ ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ । ଏଥିପାଇଁ ନାଗରିକମାନଙ୍କୁ କୌଣସି ଦେୟ ଦେବାକୁ ପଡିବାନାହିଁ । ଯାହାକି ରାଜ୍ୟବାସୀଙ୍କୁ ପାଇଁ ଆଶ୍ୱସ୍ତିକର ଖବର । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ ମାଗଣା କରୋନା ଟୀକାକରଣ ଏହି ସମୟରେ ଘୋଷଣା କରିଛନ୍ତି । ଯେତେବେଳେ କି କେନ୍ଦ୍ର ସରକାର କରୋନା ଭ୍ୟାକସିନ୍ର ବିତରଣ ନେଇ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ରାଜ୍ୟ ମାନଙ୍କୁ ଏସଓପି ଜାରି କରିଛନ୍ତି । ଏହା ମୁତାବିକ ଭାରତରେ କରୋନା ଭ୍ୟାକିସିନ୍ ଆସିବା ପରେ ପ୍ରତିଦିନ ୧୦୦ଲୋକଙ୍କୁ କୋଭିଡ଼ ଟୀକା ଦିଆଯିବ ।