ଭୁବନେଶ୍ବରରେ ୬ଟି ହସ୍ପିଟାଲରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତାକାଲି ଦେଶବ୍ୟାପୀ ହେବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ପହଞ୍ଚିଛି ଦୁଇଟି ଟୀକା । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିସାରିଛି । କୋଭିସିଲ୍ଡ ୪ ଲକ୍ଷ ୮ ହଜାର ଡୋଜ୍ ଏବଂ କୋଭାକ୍ସିନ୍ ର ୨୦ ହଜାର ଡୋଜ୍ ରାଜ୍ୟକୁ ଆସିଛି ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ହସ୍ପିଟାଲ, ବିଏମସି ହସ୍ପିଟାଲ, କିମ୍ସ, ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ ଟିକାକରଣ କରାଯିବ । କାଲି ଲଞ୍ଚିଂ ଦିନରେ ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟିକାକରଣ କରାଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଟିକା ପାଇଛି ସେଥିରେ ମୋଟ୍ ଭୁବନେଶ୍ବରର ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସମସ୍ତ ଜିଲ୍ଲା ସମେତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ରାଜ୍ୟରେ ମୋଟ୍ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି । ଭୁବନେଶ୍ବର ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ ଟିକା ପ୍ରଦାନ କରାଯିବ । ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ । ଭୁବନେଶ୍ବରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ସାମିଲ କରାଯାଇ ଟିକାକେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

 

Leave a Reply

Your email address will not be published. Required fields are marked *