ଆଜିଠୁ ପୁଣି ପୁରୀ ସେବାୟତଙ୍କର ହେବ କୋରୋନା ଟେଷ୍ଟ
ପୁରୀ, (ଓଡିଶା ଟାଇମ୍) :ରଥଯାତ୍ରାରେ ସାମିଲ୍ ଥିବା ୪ହଜାରରୁ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଆଜିଠୁ ଆରମ୍ଭ ହୋଇଛି ସେବାୟତଙ୍କର କୋରୋନା ଟେଷ୍ଟ । ୧୪ ଯାଏ ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତଙ୍କର ଟେଷ୍ଟ ହେବ ।
ଏହା ସହ ପୌରାଞ୍ଚଳର ୩୨ଟି ୱାର୍ଡରେ ୬୪ଟି ଟିମ୍ର ଚାଲିଛି ହେଲ୍ଥ ସର୍ଭେ। ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ବର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଗାଡ଼ିଆ ଧର୍ମାଶଳାରେ ଏଥିପାଇଁ ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ଚାରିଦିନ ଧରି ସ୍ବାବ୍ ସଂଗ୍ରହ ପରେ ରିପୋର୍ଟ ଆସିଲେ ସୁପ୍ରିମକୋର୍ଟଙ୍କ ନିକଟରେ ଏହା ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଛି।
ତେବେ ରଥଯାତ୍ରା ପୂର୍ବରୁ ବି ବିଭିନ୍ନ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେବାୟତଙ୍କ ପରିବାରକୁ କରୋନା ଉପରେ ସଚେତନତା ସହ ସାନିଟାଇଜର ବଣ୍ଟାଯାଇଥିଲା।