କିଛି କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ବନ୍ଦ ହେଲା ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଅଣାୟତ୍ତ କରୋନା । ପ୍ରତିଦିନ ଶତାଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି କୌଣସି ଜରୁରୀ କାର୍ଯ୍ୟ ଥିଲେ ୦୬୮୦ ୨୨୫୦୨୯୦ ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ଥ କର୍ମଚାରୀ ସ୍ବାବ ଟେଷ୍ଟ କରାଯିବ । ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୪ ଦିନ ପାଇଁ ବିଏମସି କାର୍ଯ୍ୟାଳୟ ବନ୍ଦ ରହିବ । କେବଳ କୋଭିଡ୍ ଦାୟିତ୍ଵରେ ଥିବା ଏବଂ ସାନିଟାଇଜେସନ୍ ଦାୟିତ୍ଵରେ ଥିବା କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ।