କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡ୍ ଲାଇନ୍ ଜାରି କରିଛି। କଣ୍ଟେନମେଣ୍ଟ ଜୋନରେ ଗାଇଡ୍ ଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି। ତେବେ ରାତ୍ରି କାଳୀନ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ ମାନଙ୍କୁ କ୍ଷମତା ଦିଆଯାଇଛି।  ଡିସେମ୍ବର ଏକ ତାରିଖରୁ ଏହି ନୂତନ ଗାଇଡ ଲାଇନ୍ ଲାଗୁହେବ।

ଆନ୍ତର୍ଜାତିକ ବିମାନ ସେବାକୁ ଅନୁମତି ଦିଆଯାଇଛି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିପାରିବ। କ୍ରୀଡାବୀତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ଅନୁମତି ପ୍ରଦାନ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, କ୍ରୀଡା, ମନୋରଞ୍ଜନ ଏବଂ ଶୈଖିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି।

କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ସେହିପରି ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଛି। ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ପାଇଁ ଅନୁମତି ଦିଆଯାଇ ନାହିଁ।

Leave a Reply

Your email address will not be published. Required fields are marked *